Take a fresh look at your lifestyle.

ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ୨୦ ରୁ ଉର୍ଦ୍ଧ୍ବ ମଣ୍ଡପ ରେ ଚାଲିଛି ମା ‘ ଙ୍କ ପୂଜା

0 1

Get real time updates directly on you device, subscribe now.

ଭୁବନ : ଜଗଜ୍ଜନନୀ , ଧନଦାତ୍ରି,ଅନ୍ନପୂର୍ଣ୍ଣା ମା ‘ ଲକ୍ଷ୍ମୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉତ୍ସବ ମୁଖର ହୋଇ ପଡ଼ିଛି । ଚନ୍ଦ୍ର ଗ୍ରହଣ ସକାଶେ ସନ୍ଧ୍ୟା ୬ ଘଟିକା ସୁଦ୍ଧା ସମସ୍ତ ପୂଜା ପ୍ରତିଷ୍ଠାନରେ ମା ‘ ଙ୍କ ପୂଜା ଶେଷ କରାଯାଇ ପହଡ଼ ପଡ଼ିଥିଲା ।

ଚଳିତ ବର୍ଷ ମଉଡମଣି ପୂଜା ପ୍ରତିଷ୍ଠାନ ବଡ଼ହାଟ ସମେତ ଅରାସାହି,ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ,ନୂଆ ବଜାର,ବଉଳ ଛକ ,ଲତାବିଲ ( ଟୋଲଙ୍କ ବେରେଣି),ଗୋପାଳ ମଣ୍ଡପ,ଲକ୍ଷ୍ମୀ ଛକ,ବଣିଆ ସାହି,ବାଜି ଛକ,ନୂଆ ଭୁବନ ପ୍ରଭୃତି ଅଞ୍ଚଳରେ ୨୦ ରୁ ଉର୍ଦ୍ଧ୍ବ ମଣ୍ଡପରେ ପୌରାଣିକ କଥାବସ୍ତୁ ଆଧାରରେ ମୂର୍ତ୍ତି ନିର୍ମାଣ କରାଯାଇ ପୂଜା ହେଉଛି।

 ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳା ରେ ଝଲସୁଛି ଭୁବନ । ଆକର୍ଷଣୀୟ ସାଜସଜ୍ଜା ସହିତ ଧୁମ୍ ଧାମ ରେ ପୂଜା ହେଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.