Take a fresh look at your lifestyle.

ଐତିହାସିକ ପାରମ୍ପରିକ ଦଶହରା ବଦଳ ଯାତ୍ରା ଶେଷ

ଅଶ୍ରୁଳ ନୟନ ରେ ମା ଦୁର୍ଗା ଙ୍କୁ ବିବାହ ଦେଲେ ଭୁବନ ବାସୀ

0 11

Get real time updates directly on you device, subscribe now.

ଭୁବନ : ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ଐତିହାସିକ ପାରମ୍ପରିକ ତଥା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ବେଳେ ମା ଦୁର୍ଗା ଙ୍କୁ ଅଶ୍ରୁଳ ନୟନ ରେ ବିଦାୟ ଦେଇ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ବର୍ଷକୁ ଅପେକ୍ଷା କରିଛନ୍ତି ଭୁବନବାସୀ । ବିଜୟା ଦଶମୀ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ରୁ ଆରମ୍ଭ ହେଇଥିଲା ଐତିହାସିକ ତଥା ପାରମ୍ପରିକ ବଦଳ ଯାତ୍ରା।

ତହସିଲଦାର ଅଂଶୁମାନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଳଦ ଯାତ୍ରା ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବଳଦ ଯାତ୍ରା ମୁଖ୍ୟ ପରିଚାଳକ ଦିଲ୍ଲୀପ କୁମାର ଦାସ, ଥାନାଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ଯୋଗଦେଇଥିଲେ । ଅତିଥି ଙ୍କ ସହ ଶାନ୍ତି କମିଟି ର ସମସ୍ତ ସଭ୍ୟ ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବଳଦ ଯାତ୍ରା ର ସ୍ରଷ୍ଟା ଥୋରିଆ ସମାଜ ତରଫରୁ ରୀତି ନୀତି ଅନୁଯାୟୀ ବଳଦ ଯାତ୍ରା ଅନୁକୂଳ କରିଥିଲା ।

ସମୁଦାୟ ୩୦ ଟି ବଳଦ ଓ ଦୁଇଟି ଷଣ୍ଢ ଗୁଜୁରୀ ହାଟ ରୁ ଯାତ୍ରା ଆରମ୍ଭ କରି ସହର ପରିକ୍ରମା କରିଥିଲେ। ଏକାଦଶୀ ସନ୍ଧ୍ୟାରେ ପାଲା ମଣ୍ଡପ ଠାରେ ଚିତାକର୍ଷକ ରାବଣ ପୋଡ଼ି ଓ ଆତସବାଜି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ସାଂସଦ ମହେଶ ସାହୁ ଉଦଘାଟକ ଏବଂ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦ ହଜାର ଦର୍ଶକ ଙ୍କ ଉପସ୍ଥିତିରେ ୩୦ ଫୁଟ ଉଚ୍ଚ ରାବଣ ପ୍ରଟିକୃତିରେ ଅଗ୍ନି ସଂଯୋଗ କରିଥିଲେ।ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷା କବିତା ବାରିକ ,ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର,ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ଯୋଗଦେଇଥିଲ ।

ରାତ୍ର ୮ ଘଟିକା ସମୟରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ର ଅନ୍ତିମ ପର୍ବ ତଥା ମା ଦୁର୍ଗା ଙ୍କ ଭସାଣି ଶୋଭାଯାତ୍ରା। ଏଥିରେ ସମୁଦାୟ ୩୦ ଟି ବଳଦ,୨ ଟି ଷଣ୍ଢ,୧୧ ଟି ଦୁର୍ଗା ମେଢ଼ ଓ ୨ ଟି ହର ପାର୍ବତୀ ମେଢ଼ ସାମିଲ ହୋଇଥିଲେ।ପାରମ୍ପରିକ ବାଦ୍ୟ ,ଲୋକନୃତ୍ୟ ସାଙ୍ଗକୁ ମୁଜିକ୍ ଗ୍ରୁପ୍, ଡି ଜେ ସାଉଣ୍ଡ ର ତଳେ ତାଳେ ଯୁବ ଗୋଷ୍ଠୀ ନୃତ୍ୟ କରିଥିଲେ। ମଧ୍ୟାହ୍ନ ୧୨ ଟା ସୁଦ୍ଧା ସମସ୍ତ ମେଢ଼ ନୂଆ ବଜାର ( ବସଷ୍ଟାଣ୍ଡ) ଠାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ମେଲଣ ।

ହରିବୋଲ ,ହୁଳହୁଳି,ଘଣ୍ଟ ଘଣ୍ଟା ଧ୍ବନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇପଡ଼ିଥିଲା ।ହଜାର ହଜାର ଦର୍ଶକ ମା ଦୁର୍ଗା ଙ୍କୁ ଭକ୍ତି ଭାବ ସହ ଅଶ୍ରୁଳ ନୟନରେ ବିଦାୟ ଜଣାଇ ଅପେକ୍ଷା କରିଥିଲେ ଆସନ୍ତା ବର୍ଷକୁ। ବଳଦ ଯାତ୍ରା ମୁଖ୍ୟ ପରିଚାଳକ ଦିଲ୍ଲୀପ କୁମାର ଦାସ ,ନଗରପାଳ ଶୁଭେନ୍ଦୁ କୁମାର ସାହୁ,ଶାନ୍ତି କମିଟି ର ସମସ୍ତ ସଦସ୍ୟ ବଳଦ ଯାତ୍ରା କୁ ଶୃଙ୍ଖଳିତ କରିଥିବା ବେଳେ କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ,ଆଡ଼ିସନାଲ ଏସ ପି,କାମାକ୍ଷାନଗର ଏଡିପିଓ ପ୍ରଭାତ ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଭୁବନ ଥାନା ଆଇ ଆଇ ସି ଅମ୍ବିକା ପ୍ରସାଦ ପଟ୍ଟନାୟକ,୫୦ ରୁ ଉର୍ଦ୍ଧ୍ବ ପୋଲିସ ଅଫିସର୍,୫ ପ୍ଲାଟୁନ ପୋଲିସ୍ ଫୋର୍ସ ନିୟୋଜିତ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.