Take a fresh look at your lifestyle.

ଅବହେଳିତ ବୃଦ୍ଧାଙ୍କୁ ଭେଟିଲେ ହିମାଂଶୁ ବାରିକ

0 17

Get real time updates directly on you device, subscribe now.

କଙ୍କଡାହାଡ଼: ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ବାମ ଗ୍ରାମ ପଞ୍ଚାୟତର କୀର୍ତ୍ତନପୁର ଗ୍ରାମର ଅସହାୟ ବୃଦ୍ଧା ଶ୍ରୀମତୀ ସିଂହ ବୟସ ୮୦ ତାଙ୍କର ପୁଅ ଦିବାକର ସିଂହ ବହୁ କାମିନୀ ସିଂହ କିଛି ବର୍ଷ ତଳେ ଆରପାରି କୁ ଚାଲି ଯାଇ ଅଛନ୍ତି I

ଏବେ ଅସହାୟ ଶ୍ରୀମତୀ ସିଂହ ପାଖରେ ନାତି ନାତୁଣୀ ଚାରି ଜଣ ରହୁଥିବା ବେଳେ ବଡ଼ ନାତି ସବୁବେଳେ ଅସୁସ୍ଥ ରହୁଥିବା ବେଳେ ସାନ ନାତି ମୂଲ ମଜୁରୀ କରିଲେ ଦିନେ ଖାଅନ୍ତି ତୋ ଦିନେ ଉପବାସ ରୁହନ୍ତି ଏହି ଦୁଃଖଦ ଖବର ପାଇ ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ସାହାଯ୍ୟ ସହଯୋଗ ର ହାତ ବଢାଇଥିଲେ I

ପରିବାର କୁ ସରକାର ଙ୍କ ପକ୍ଷରୁ ବିଜୁ ପକା ଘର ଏବଂ ରାସନ ଚାଉଳ ମିଳୁଥିବା ବେଳେ, ବାର୍ଦ୍ଧକ୍ୟ ଭତ୍ତା ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅଛନ୍ତି ଶ୍ରୀମତୀ ସିଂହ, ଏହି ଖବର କଙ୍କଡାହାଡ଼ ବିଡ଼ିଓ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ତୁରନ୍ତ ଶ୍ରୀମତୀ ସିଂହ ଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବା ପାଇଁ ବିଡ଼ିଓ ଙ୍କୁ ଅନୁରୋଧ କରିଥିଲେ I ବିଡିଓ ତାଙ୍କ ପ୍ରଶାସନିକ କର୍ମଚାରୀ ଙ୍କୁ ପଠେଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.