Take a fresh look at your lifestyle.

୬୪ତମ ପୁଲିସ୍ ଶହୀଦ ଦିବସ ପାଳିତ

0 4

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ପୁଲିସ୍ ରିଜର୍ଭ ପଡିଆଠାରେ ୬୪ତମ ପୁଲିସ୍ ଶହୀଦ ଦିବସ ପାଳିତ ହୋଇଯାଇଛି । ଦେଶମାତୃକାର ସେବା ପାଇଁ ପ୍ରାଣବଳୀ ଦେଇଥିବା ବୀର ପୁଲିସ୍ମାନଙ୍କ ସ୍ମୃତି ଉଦେ୍ଦ୍ୟରେ ଢେଙ୍କାନାଳ ପୁଲିସ୍ ପକ୍ଷରୁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।

ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ପୁଲିସ୍ ଶହୀଦ ସ୍ମୃତି ଦିବସ ଅବସରରେ ପ୍ରେରିତ ବାର୍ତ୍ତା ପାଠ କରିଥିଲେ । ଏଥିସହିତ ଚଳିତବର୍ଷ ଦେଶରେ ଶହୀଦ ହୋଇଥିବା ବୀର ପୁଲିସ୍ମାନଙ୍କର ନାମ ପାଠ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରିଜର୍ଭ ପୁଲିସ୍ ପକ୍ଷରୁ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା ।

ମୁଖ୍ୟ ଅତିଥି ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାପାତ୍ରଙ୍କ ସହ ଜିଲାପାଳ ସରୋଜ କୁମାର ସେଠୀ, ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଲଳିତ ମୋହନ ବେହେରା, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠି, ଅତିରିକ୍ତ ଏସ୍ପି ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଏସ୍ପି ସୂର୍ଯ୍ୟମଣୀ ପ୍ରଧାନଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ପୁଷ୍ପମାଲ୍ୟ ଓ ପୁଷ୍ପ ଅର୍ପଣ କରି ଶହିଦ ବୀର ପୁଲିସ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.