Take a fresh look at your lifestyle.

ଚିନରା ପୋଖରୀ ସମେତ ୬ ଟି ପୋଖରୀ କୁ ଆଦର୍ଶ ପୋଖରୀ କରାଯିବ

ଭୁବନ ଏନ୍ ଏ ସି କାଉନସିଲ ବୈଠକ ଅନୁଷ୍ଠିତ: ରଗଡ଼ି ଠାରେ କୃଷକ ବଜାର ପ୍ରତିଷ୍ଠା ହେବ

0 36

Get real time updates directly on you device, subscribe now.

ଭୁବନ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଦ୍ଵାଦଶ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍ ଏ ସି ସଦଭାବନା ଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା କରିଥିଲେ । ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ପୂର୍ବ ବୈଠକ ର ବିବରଣୀ ପାଠ କରି ସର୍ବ ସମ୍ମତ କ୍ରମେ ଏହାକୁ ଦୃଢ଼ୀକରଣ କରିଥିଲେ ।

ନଗରପାଳ ଶ୍ରୀଯୁକ୍ତ ସାହୁ ସମସ୍ତ ପlରିଷଦ ବର୍ଗ ଙ୍କୁ ଅଭିନନ୍ଦନ ଜଣାଇ ବହୁ ପ୍ରତିକ୍ଷୀତ ଚିନରା ପୋଖରୀ ର ପୁନରୁଦ୍ଧାର ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଏଥି ସହିତ ମୁଖ୍ୟମନ୍ତ୍ରୀ ଙ୍କ ମୋ ପୋଖରୀ ଯୋଜନାରେ ଭୁବନ ର ୬ ଟି ପୋଖରୀ କୁ ଆଦର୍ଶ ପୋଖରୀ ଭାବେ ରୂପାନ୍ତରଣ କରାଯିବ ।

ରଗଡ଼ି ଛକ ଠାରେ ଚାଷୀ ଭାଇ ମାନଙ୍କ ପାଇଁ ପିଣ୍ଡି ନିର୍ମାଣ କରାଯାଇ କୃଷକ ବଜାର ପ୍ରତିଷ୍ଠା କରାଯିବ । ଏନ୍ ଏ ସି କନଫରେନ୍ସ ହଲ ଉପର ମହଲାକୁ ଏକ ଅତ୍ୟାଧୁନିକ ମିଟିଂ ହଲ ନିର୍ମାଣ କରାଯିବ । ଉପର ମହଲା ରେ କାଉନସିଲର ମାନଙ୍କ ପାଇଁ ଏକ ବୈଠକ ଗୃହ ମଧ୍ୟ ନିର୍ମାଣ କରାଯିବ ।

ସାଇକେଲ ଷ୍ଟାଣ୍ଡ ଉପର ମହଲା ରେ ଏକ ଅତିଥି ଭବନ ନିର୍ମାଣ ଏବଂ ସାଇକେଲ ଷ୍ଟାଣ୍ଡ ଅଞ୍ଚଳକୁ ଏକ ଉନ୍ନତ ମାନର ପ୍ରତୀକ୍ଷାଳୟ ରେ ରୂପାନ୍ତର କରାଯିବ । ମଡେଲ ଲାଇବ୍ରେରୀ ନିର୍ମାଣ,ଅଫିସ ଗୃହ ସମ୍ପ୍ରସାରଣ,ନୂତନ ଆମିଷ ମାର୍କେଟ ନିର୍ମାଣ କରାଯିବ ବୋଲି ନଗରପାଳ ସୂଚନା ଦେଇଥିଲେ ।

ଭୁବନ ର ପ୍ରସିଦ୍ଧ ଦଶହରା ପର୍ବ ଓ ବଳଦ ଯାତ୍ରା ନିମନ୍ତେ ଅତ୍ୟାବଶ୍ୟକ ଭାବେ ରାସ୍ତା,ଡ୍ରେନ,କଲଭର୍ଟ ନିର୍ମାଣ କରାଯିବ ବୋଲି ସୂଚନା ଦେଇଥିଲେ । ମୁକ୍ତା ଯୋଜନା ରେ କାର୍ଯ୍ୟାଦେଶ ବଣ୍ଟନ ରେ ଅନିୟମିତତା ହୋଇଥିବା ସଂପର୍କ ରେ ୬ ନମ୍ବର ୱାର୍ଡ କାଉନସିଲର ସୁଶାନ୍ତ ନାୟକ ଅଭିଯୋଗ କରିଥିଲେ । ମୁକ୍ତା ସଂଯୋଜକ ଅଶୋକ କୁମାର ରାଉଳ ଓ ଗୋଷ୍ଠୀ ସଂଯୋଜିକା ଦିପାଳୀ ସାମନ୍ତ ଏ ବିଷୟରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ।

କାଉନସିଲର ଗିରିଧାରୀ ସାହୁ,ନରେନ୍ଦ୍ର ବେହେରା,ପପୁ କୁମାର ସାହୁ, ମନ ମୋହନ ସାହୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ବିଧାୟକ ପ୍ରତିନିଧି ନରେନ୍ଦ୍ର କୁମାର ସାହୁ ଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇଥିଲେ । କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ ଓ ଶକ୍ତି ପ୍ରସାଦ ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଉପ ନଗରପାଳ ଶ୍ରୀମତୀ ମାନିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.