Take a fresh look at your lifestyle.

ମହିଳା ମହବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

0 38

Get real time updates directly on you device, subscribe now.

ଭୁବନ :ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରି କହିଥିଲେ ଯେ , ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ୟମରେ ୨୦୧୮ ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ସରକାର ହକି ର ପାୟୋଜକ ସାଜି ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ।

ଏହା ଦ୍ବାରା ୧୭ ତମ ଏସିଆନ କ୍ରୀଡ଼ାରେ ଭାରତ ପ୍ରଥାମ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଛି ଓ ଖେଳାଳୀ ମାନଙ୍କ ମନୋବଳ ଦୃଢ଼ ହୋଇ ପାରିଛି । ଉକ୍ତ ଉତ୍ସବ ରେ ପରିଚାଳନା କମିଟି ସମ୍ପାଦକ ଦେବବ୍ରତ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଶରୀର ପାଇଁ କ୍ରୀଡା ଅପରିହାର୍ଯ୍ୟ ।

କ୍ରୀଡା ଦ୍ଵାରା ଆମ ଦେହ ସୁସ୍ଥ ରହିବା ସହ ମନ ଭଲ ରହେ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ,ଅଧ୍ୟାପକ ପ୍ରଶାନ୍ତ ରାଉତରାୟ,ଅଧ୍ୟାପିକା ମମତା ପାତ୍ର ଯୋଗଦେଇଥିଲେ ।

ଖେଳ ଶିକ୍ଷକ ଗଦାଧର ସାହୁ ଓ ବାସନ୍ତୀ ବେହେରା ବାର୍ଷିକ କ୍ରୀଡା କୁ ପରିଚାଳନା କରିଥିଲେ । ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.