Take a fresh look at your lifestyle.

ଚାରି ଅନାଥ ପୁଅ ଝିଅ ଙ୍କୁ ଯୁବଶକ୍ତି ଅଧ୍ୟକ୍ଷ ଙ୍କ ସହାୟତା

0 18

Get real time updates directly on you device, subscribe now.

ପରଜଙ୍ଗ:ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ବ୍ଲକ ଜୟପରାକାଟେଣୀ ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ମଟ ମୁଣ୍ଡା ଏବଂ ତାଙ୍କ ପତ୍ନୀ ଜାନ ମୁଣ୍ଡା ଏହି କିଛି ଦିନ ପ୍ରାଣ ହରାଇଥିବା ବେଳେ ତାଙ୍କର ଚାରି ଅନାଥ ନାବାଳକ ପୁଅ ଝିଅ, ପୁଅ ଅଭିରାମ ମୁଣ୍ଡା, ବିଜୟ ମୁଣ୍ଡା ଓ ଝିଅ ମୁକ୍ତା ମୁଣ୍ଡା,ଲଳିତା ମୁଣ୍ଡା ଅନାଥ ହୋଇ ପଡି ଅଛନ୍ତି I

ଏହି ଦୁଃଖଭରା ଖବର ପାଇ ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ଏବଂ ଅନାଥ କୁନି ପୁଅ ଝିଅ ଙ୍କ ନିମନ୍ତେ ଫଳ ସେଓ, କଦଳୀ, କମଳା, ବିସ୍କୁଟ,ବ୍ରେଡ଼ ଏବଂ ସମସ୍ତ ରାସନ ସାମଗ୍ରୀ ଚଳିବା ପାଇଁ ଦେଇଛନ୍ତି I ସହ ଅନ୍ୟାନ୍ୟ ଯେତେବେଳେ ଯାହା ଦରକାର ପଡିବ ସାହାଯ୍ୟ ସହଯୋଗ କରିବେ ବୋଲି ଅନାଥ ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ I

ଏହି ଅନାଥ ପିଲାମାନଙ୍କୁ ଅନ୍ୟ ମାନେ ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିବା ପାଇଁ ନିବେଦନ ମଧ୍ୟ କରିଥିଲେ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅନାଥ ଭାଇ ଭଉଣୀ ମାନଙ୍କର ସମସ୍ତ ପଢିବା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ସହଯୋଗ କରିବା ପାଇଁ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.