Take a fresh look at your lifestyle.

ସାମାଜିକ ପାରିବାରିକ ସଂପର୍କ ସୁଦୃଢ଼ କଲେ ମାନସିକ ରୋଗକୁ ଦୂରେଇ ପରିବା

ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

0 14

ଭୁବନ : ଭୁବନ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁଦ୍ର ନାରାୟଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭରପ୍ରlପ୍ତ ଚିକିତ୍ସା ଅଧିକାରୀ ଡା ରମେଶ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ସାମାଜିକ ଯୋଗାଯୋଗ ରୁ ନିଜକୁ ଅଲଗା ରଖିବା,ସର୍ବଦା ମାଦକ ଦ୍ରବ୍ୟ ସେବନ କରିବା ଦ୍ଵାରା ମନ ଅସ୍ଥିର ହେବା ହତାଶ ଅନୁଭବ କରିବା ଦ୍ୱାରା ଜଣେ ସୁସ୍ଥ ବ୍ୟକ୍ତି ଧୀରେ ଧୀରେ ମାନସିକ ରୋଗୀ ପାଲଟି ଯାଇଥାଏ ।

ତେଣୁ ସାମାଜିକ ଓ ପାରିବାରିକ ସମ୍ପର୍କ କୁ ସୁଦୃଢ଼ କରିବା ସହିତ ପ୍ରତ୍ୟେକ ସମସ୍ୟା କୁ ପରିବାର ସହ ମିଶି ଆଲୋଚନା ମାଧ୍ୟମରେ ସମାଧାନ କଲେ ମାନସିକ ରୋଗ ଦୂର ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ର ଙ୍କ ମଧ୍ୟରେ ତର୍କ,ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯlଇଥିଲା । ଏହି କାର୍ଯ୍ୟକ୍ରମ ରେ ଶାରୀରିକ ଶିକ୍ଷକ ସାଗର ରାଉତ ଙ୍କ ସମେତ ଶିକ୍ଷୟିତ୍ରୀ ମାମିନା ତରାଇ, ଟ୍ୟୁଙ୍କିଲ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ଙ୍କ ସମେତ ସ୍ବାସ୍ଥ୍ୟ କର୍ମୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

- Advertisement -

Leave A Reply

Your email address will not be published.