Take a fresh look at your lifestyle.

ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ସନ୍ଧ୍ୟା ୭ ଟା ସୁଦ୍ଧା ରାବଣ ପୋଡ଼ି ଶେଷ , ସକାଳ ୬ ଟା ସୁଦ୍ଧା ସମସ୍ତ ମେଢ଼ ନୂଆ ବଜାର ରେ ପହଞ୍ଚିବ

0 45

ଭୁବନ : ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ ଏ ସି ସଭା ଗୃହରେ ଆଜି ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ତହସିଲଦାର ଅଂଶୁମାନ ମହାପାତ୍ର,ଏନ୍ ଏ ସି ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ,ଥାନାଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ,ବିଦ୍ୟୁତ୍ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ନଳିନୀ ଶଙ୍କର ରଥ,ମେଡିକାଲ ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ,ଦଶହରା ବଳଦ କମିଟି ସଭାପତି ଦିଲ୍ଲୀପ କୁମାର ଦାସ, ମାତୃ ପ୍ରସାଦ ମିଶ୍ର,ବିଶ୍ଵନାଥ ସାହୁ,ନୂଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି, କାଳୀ ବଜାର ସଭାପତି ସମୀର କୁମାର ସାହୁ,ନିରଞ୍ଜନ ପୃଷ୍ଟି,ସନ୍ତୋଷ ବିହାରୀ,ନିରଞ୍ଜନ ଗୁରୁ,ସୁଶାନ୍ତ କୁମାର ପୃଷ୍ଟି,କାଉନସିଲର ପପୁ କୁମାର ସାହୁ ଙ୍କ ସମେତ ସମସ୍ତ ବଳଦିଆ କମିଟି ଓ ଦୁର୍ଗାପୂଜା କମିଟି ସଦସ୍ୟ ଯୋଗଦେଇ ବଳଦ ଯାତ୍ରା, ରାବଣ ପୋଡ଼ି ଓ ଦୁର୍ଗା ମେଢ଼ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଆଲୋଚନା କରିଥିଲେ ।

ଦଶହରା ପୂର୍ବରୁ ସହର ର ସମସ୍ତ ରାସ୍ତା ପ୍ରଶସ୍ତ କରାଯିବା,ଡ୍ରେନ ମରାମତି ଓ ସ୍ଲାବ ପକାଯିବା,ପ୍ରତ୍ୟେକ ବିଦ୍ୟୁତ ଖୁଣ୍ଟ ରେ ଲାଇଟ୍ ଲଗାଯିବା,ଯାତ୍ରାରେ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ଶୌଚାଳୟ ଖୋଲାଯିବା ସହିତ ଅସ୍ଥାୟୀ ଶୌଚାଳୟ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଚଳିତ ବର୍ଷ ୨୦ ତାରିଖ ଷଷ୍ଠୀ ପୂଜା ଠାରୁ ୨୫ ତାରିଖ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ୨୫ ତାରିଖ ସନ୍ଧ୍ୟା ୭ ଘଟିକା ସୁଦ୍ଧା ରାବଣ ପୋଡ଼ି ଶେଷ କରିବାକୁ ଜୋର୍ ଦିଆଯାଇଥିଲା । ରାବଣ ପୋଡ଼ି ପରେ ପ୍ରସିଦ୍ଧ ବଳଦ ଯାତ୍ରା ଓ ଭସାଣି ଯାତ୍ରା ଅନୁଷ୍ଠିତ ହେବ ।

୨୬ ତାରିଖ ସକାଳ ୬ ଘଟିକା ସୁଦ୍ଧା ସମସ୍ତ ବଳଦ ନୂଆ ବଜାର ଅତିକ୍ରମ କରିବେ ଓ ୭ ଘଟିକlରେ ଦୁର୍ଗା ମେଲଣ ଅନୁଷ୍ଠିତ ହୋଇ ଭସାଣି ଉତ୍ସବ ଶେଷ କରିବାକୁ ନିଷ୍ପତି ନିଆଯାଇଥିଲା।ଶେଷରେ ତହସିଲଦାର ଅଂଶୁମାନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.