Take a fresh look at your lifestyle.

ମହିମା ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ଏବଂ ‘’ମାନବିକ ଅଧିକାର ବନାମ ମହିଳା ହିଂସା’’ ଶୀର୍ଷକ ସମ୍ପାନ

0 4

Get real time updates directly on you device, subscribe now.

ଯୋରନ୍ଦା:ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗରେ ତା ୦୯.୧୦.୨୦୨୩ ରିଖ ଦିନ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଏବଂ ଚଳିତ ବର୍ଷର ପ୍ରଥମ ସମ୍ପାନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାସଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଯାଇଅଛି । ପ୍ରଦୀପ ପଜ୍ଵଳନ ପୂର୍ବକ ଅଧ୍ୟକ୍ଷ ଏବଂ ଅତିଥି ବୃନ୍ଦ ସମ୍ପାନ କାର୍ଯ୍ୟ ଉଦ୍ଘାଟିତ ହୋଇଥିଲା ।

ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ ଅତିଥି ପରିଚୟ ପ୍ରଦାନ, ସମ୍ପାନର ଆଭିମୁଖ୍ଯ, ଉପସ୍ଥାପନ କରିବା ସହିତ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ବିଭାଗକୁ ଭବ୍ଯ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ କରିଥିଲେ । ତୃତୀୟ ବର୍ଷର ଛାତ୍ରୀ ସ୍ନିଗଧାରାଣୀ ମହାନ୍ତି ଏବଂ ତ୍ଵିତୀୟ ବର୍ଷର ଛାତ୍ରୀ ମାନସୀ ଦାସ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ କରିଥିଲେ । ପ୍ରତିଉତରରେ ପ୍ରଥମ ବର୍ଷର ଶ୍ରାବଣୀ ବେହେରା, ସ୍ଵପ୍ନା ଦାସ, କେଶବ ଚନ୍ଦ୍ର ସାହୁ, ବିମଳ ଚନ୍ଦ୍ର ଦେହୁରି ଏବଂ ସୋନାଲୀ ରାଉଳ, ସ୍ଵର୍ଣ୍ଣଲତା ମହାନ୍ତି ପ୍ରମୁଖ ଶୃଙ୍ଖଳିତ ହୋଇ ଅଧ୍ୟୟନ କରିବା ସହିତ ବିଭାଗ ଏବଂ ମହାବିଦ୍ୟାଳୟର ଗୌରବ ରଖିବା ପାଇଁ ପ୍ରତିସୃତି ବଦ୍ଧ ହୋଇଥିଲେ ।

ତୃତୀୟ ବର୍ଷର ଛାତ୍ରୀ ସୁନିତା ବେହେରା ଏବଂ ମାନସୀ ଦାସ “ମାନବିକ ଅଧିକାର ବନାମ ମହିଳା ହିଂସା” ଶୀର୍ଷକ ସମ୍ପାନ ପତ୍ର ଉପସ୍ଥାପନ କରିଥିଲେ । ପରେ ପରେ ଅତିଥି ଏବଂ ଛାତ୍ରଛାତ୍ରୀ ମାନେ ସମ୍ପାନ ଉପରେ ବିଷଦ ଆଲୋଚନା କରି ମହିଳା ମାନଙ୍କ ସୁରକ୍ଷା ନିମିତ ପ୍ରଣିତ ସମସ୍ତ ଆଇନ ଗୁଡିକର ପ୍ରୟୋଗ ଏବଂ ସମାଜରେ ଉଭୟ ନାରୀ ପୂରୁଷ ମାନଙ୍କର ମାନସିକ ସ୍ତରରେ ପରିବର୍ତନ ଆସିଲେ ସମାଜରେ ନାରୀ ସୁରକ୍ଷିତ ଏବଂ ଏକ ସୁସ୍ଥ ସମାଜ ଗଠିତ ହୋଇପାରିବ ବୋଲି ମତ ଆସିଥିଲା । ଅତିଥି ରୂପେ ଇଂରାଜୀ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସ୍ଵାଇଁ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ କର୍ତବ୍ୟନିଷ୍ଠ ସାଧୁ ଏବଂ ସଚେତନ ହୋଇ ସମାଜରେ ସମାନତା ଆଣିବା ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ ।

ବିଭାଗୀୟ ଅଧ୍ୟାପିକା ଡକ୍ଟର ଶକୁନ୍ତଳା ଭୂୟାଁ ସନ୍ଦର୍ଭ ରଚନାରେ ଛାତ୍ରୀ ମାନଙ୍କର ମାର୍ଗ ଦର୍ଶନ କରିଥିଲେ । ବିଭାଗୀୟ ଅଧ୍ୟାପକ କାଳନ୍ଦି ଚରଣ ପଣ୍ଡା ଛାତ୍ରୀ ଶୁଭପ୍ରିୟା ରାଉତ, କଲ୍ଯାଣୀ ସ୍ଵାଇଁ, ସୁଚିସ୍ମିତ ସାହୁ, ସୁନିତା ଲେଙ୍କା, ଗାୟତ୍ରୀ ଦେହୁରି, ଯଶୋମତୀ ଦେହୁରି, ଭାଗ୍ୟଦୀପ ଭଞ୍ଜ, ବିମଳ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗିତା କରିଥିଲେ । ଶେଷରେ ଦେବାଶିଷ ପୁହାଣ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.