Take a fresh look at your lifestyle.

ଜାତୀୟ ଡାକ ସପ୍ତାହ ବିତୀୟ ସଶକ୍ତିକରଣ ଦିବସ ଅବସରରେ କାଶିଆଡିହି ଗ୍ରାମରେ ଡାକମେଳା ପାଳିତ

0 3

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଡାକମଣ୍ଡଳର ଢେଙ୍କାନାଳ ତଥା ଅନଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ଡାକ ସପ୍ତାହ ଅବସରରେ ବିତୀୟ ସଶକ୍ତିକରଣ ଦିବସ ପାଳନ ହୋଇଯାଇଅଛି । ଆଜି ଢେଙ୍କାନାଳ ଡାକ ଉପଖଣ୍ଡ ନିରୀକ୍ଷକ ସଦାଶିବ ରାଉତଙ୍କ ନେତୃତ୍ୱରେ ଗଦାଶିଳା ଉପଡାକ ଘର ଅଧିନସ୍ଥ କାସିଆଡିହି ଗ୍ରାମର କଲ୍ୟାଣ ମଣ୍ଡପଠାରେ ରେ ବିତୀୟ ସଶକ୍ତିକରଣ ଦିବସରେ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ମେଳାରେ ଢେଙ୍କାନାଳ ଡାକମଣ୍ଡଳର ଡାକ ଅଧିକ୍ଷକ ଜଗଦୀଶ ଦାଶ ମହୋଦୟ, ଗ୍ରାମର ସଭାପତି ମାନନୀୟ ପଦ୍ମଚରଣ ପାତ୍ର, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଅଭିଲିପ୍ସା ବିଶ୍ୱାଳ,ଢେଙ୍କାନାଳ ଡାକ ଉପଖଣ୍ଡ ନିରୀକ୍ଷକ ସଦାଶିବ ରାଉତ ଏବଂ ଇଣ୍ଡିଆ ପୋଷ୍ଟ ପେମେଂଟସ ବ୍ୟାଙ୍କର ମ୍ୟାନେଜର ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ୧୫୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ସମେତ ବହୁ ଡାକ କର୍ମଚାରୀ ଉପସ୍ଥିତ ଥିଲେ । ଗତକାଲି ସାରା ବିଶ୍ୱ ୯ ଅକ୍ଟୋବର ରେ “ବିଶ୍ୱ ଡାକ ଦିବସ” ପାଳନ କରିଥିବାବେଳେ ଆଜି ୧୦/୧୦/୨୦୨୩ ରେ ଜାତୀୟ ଡାକ ଦିବସ ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିତୀୟ ସଶକ୍ତିକରଣ ଉପରେ ଗୁରୁତ୍ୱରୋପ କରାଯାଇଅଛି ।

ଉକ୍ତ ସଭାରେ ଭାରତୀୟ ଡାକବିଭାଗର ବିଭିନ୍ନ ଉତ୍ପାଦ ଏବଂ ସେବା ବିଷୟରେ ଗ୍ରାମବାସୀମାନଙ୍କୁ ସଚେତନ କରାଇବା ସହିତ ଏହାର କିପରି ଲାଭ ଉଠାଇପାରିବେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ୧୦ ଜଣ ମହିଳାଙ୍କୁ ମହିଳା ସମ୍ମାନ ସଂଚୟ ପତ୍ର ପାସବୁକ ପ୍ରଦାନ କରାଯାଇଥିଲା ।

ଡାକ ଅଧିକ୍ଷକ ଶ୍ରୀ ଦାଶ କହିଥିଲେ ଯେ ଅନ୍ୟ ବ୍ୟାଙ୍କ ତୁଳନାରେ ଡାକଘର ସଂଚୟ ଯୋଜନା ଅଧିକ ସୁଧ ହାର ଦେଉଥିବା ବେଳେ ଏଟିମ, ଚେକବୁକ, ଇଂଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍କର ଭଳି ଉନ୍ନତମାନର ସେବା ଯୋଗାଇଦେଉଛି, ଏବଂ ଏହାର ଲାଭ ନିକଟସ୍ଥ ଡାକଘର ଉଠାଇବାକୁ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ସଂଚୟ ଯୋଜନା ସହିତ ଡାକ ଜୀବନ ବୀମା, ଇଣ୍ଡିଆ ପୋଷ୍ଟ ପେମେଂଟସ ବ୍ୟାଙ୍କର ବିଭିନ୍ନ ସେବାର ଲାଭ ବିଷୟରେ ବିସ୍ତୃତ ଭାବରେ ଲୋକମାନଙ୍କୁ ଅବଗତ କରାଇଥିଲେ । ପରିଶେଷରେ ଡାକ ଓଭରସର ଅଭିଳାଷ ମହାପାତ୍ର ଏବଂ ମୋତିଲାଲ ପୃଷ୍ଟି ଧନ୍ୟବାଦ ଅର୍ପଣ କରିବସହିତ ଅକ୍ଷୟ ସାହୁ ମଂଚ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.