Take a fresh look at your lifestyle.

ଟ୍ରକ ଧକାରେ ସ୍କୁଲ ଛାତ୍ରୀ ମୃତ୍ୟୁ , କ୍ଷତିପୂରଣ ଦାବି ରେ ରାସ୍ତାରୋକ

0 3

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ଅନ୍ତର୍ଗତ ବଣସିଂହ- ଢେଙ୍କାନାଳ ରାସ୍ତା ର ରଞ୍ଜା ଛକ ରେ ଏକ ଟ୍ରକ (ହାଇୱା ଗାଡି ) ଧକ୍କା ରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି I ମୃତ ଛାତ୍ରୀ ହେଉଛନ୍ତି ଡେରାସିଙ୍ଗ ଗ୍ରାମ ର ରାଧାନାଥ ସାହୁ ଝିଅ ପଦ୍ମିନୀ I ଏହି ଘଟଣା ରେ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତି ପୂରଣ ଦାବି ରେ ରାସ୍ତାରୋକ ହୋଇଥିଲା I

ଦୀର୍ଘ ସମୟ ଧରି ଲୋକମାନେ ରାସ୍ତାରୋକ କରିବା ଫଳରେ ବଣସିଂହ- କଳାପାଣି ରାସ୍ତା ରେ ଯାନବାହାନ ଚଳଚଳ ବ୍ୟାହତ ହୋଇଥିଲା I ସଦର ଥାନା ଓ ତରଭା ଫାଣ୍ଡି ପୁଲିସ ଆନ୍ଦୋଳନକାରୀ ଙ୍କ ଆଲୋଚନା କରିବା ପରେ ଅପରାହ୍ନ ୧ ଟା ରାସ୍ତାରୋକ ହଟିଥିଲା I

ପ୍ରକାଶ ଯେ , ମଙ୍ଗଳବାର ସକାଳେ ଡେରାସିଙ୍ଗ ଗ୍ରାମ ର ନବମ ଶ୍ରେଣୀର ଛାତ୍ରୀ ପଦ୍ମିନୀ ଟିଉସନକୁ ଆସୁଥିବା ବେଳେ ଉପରେ ଟ୍ରକ ଛାଡ଼ିଯିବାରୁ ମୃତ୍ୟୁ ହୋଇଥିଲା l ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନl ଅନ୍ତଗତ ରଞ୍ଜl ଛକ ନିକଟରେ ଘଟିଛି l ସ୍ଥାନୀୟ ଲୋକ ଗୁରୁତର ଛାତ୍ରୀ ପଦ୍ମିନୀ ସାହୁଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ମୃତ ଖବର ପାଇବା ପରେ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବିରେ ରଞ୍ଜl ଛକରେ ରାସ୍ତାରୋକ କରିଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ, ବଣସିଂହ- ଢେଙ୍କାନାଳ ରାସ୍ତା ଅଣ ଓସାରିଆ ହୋଇଥିବା ବେଳେ ନାଗେନା ବ୍ରାହ୍ମଣୀ ନଦୀ ଘାଟ ରୁ ଦୈନିକ ବାଲି ପରିବହନ ଯୋଗୁ ଛୋଟ ବଡ ଦୁର୍ଘଟଣା ଘଟୁଛି I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.