Take a fresh look at your lifestyle.

ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା ସମ୍ବନ୍ଧୀୟ କର୍ମଶାଳା

0 9

ଢେଙ୍କାନାଳ : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଂରକ୍ଷଣ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ସ୍ଥାନୀୟ ଶ୍ୟାମାଚରଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।

କର୍ମଶାଳାରେ କୃଷି ବିଭାଗର ଅତିରିକ୍ତ କୃଷି ନିଦେ୍ର୍ଦଶକ (ସଂପ୍ରସାରଣ) ଟଙ୍କଧର ସାହୁ, ଯୁଗ୍ମ କୃଷି ନିଦେ୍ର୍ଦଶକ (ପ୍ରଶାସନ) ବିନୋଦ କୁମାର ସେନାପତି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦୀପ୍ତିକାନ୍ତ ରାଉତରାୟ, ଅବସରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ, କୃଷି ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁତ୍ କୁମାର ପଟ୍ଟନାୟକ, ସ୍କିମ୍ ଅଫିସର ମାର୍କଣ୍ଡ ପ୍ରଧାନ ପ୍ରମୁଖ ଏହି ସଚେତନତା କର୍ମଶାଳାରେ ଯୋଗଦେଇ ଅଭିନବ କୃଷି ଯନ୍ତ୍ରପାତି ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।

ରାଜ୍ୟର କୋଣ ଅନୁକୋଣରୁ କୃଷି ଯନ୍ତ୍ରପାତିର ନୂତନ ଉଦ୍ଭାବନା ତଥା ନୂତନ ଜ୍ଞାନକୌଶଳକୁ ଲୋକଲୋଚନକୁ ଆଣିବା ଏହି ଯୋଜନାର ମୁଖ୍ୟ ଉଦେ୍ଦଶ୍ୟ ବୋଲି ସୂଚନା ଦେଇଥିଲେ । କୃଷି ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ ଅଂଚଳର ଚାଷୀମାନେ ଏହି ଯୋଜନା ସମ୍ବନ୍ଧରେ ଅବଗତ କରାଇ ଅକ୍ଟୋବର ୧୫ତାରିଖ ସୁଧା ଆବେଦନ କରିବାକୁ ସୂଚନା ପ୍ରଦାନ କରିଥିଲେ ।

ଏହି କର୍ମଶାଳାରେ ଭୁବନେଶ୍ୱରସ୍ଥିତ ଜାତୀୟ ନବପ୍ରବର୍ତନ ପ୍ରତିଷ୍ଠାନର ବୈଜ୍ଞାନିକ ସ୍ୱରାଜ୍ୟ ପରିଡ଼ା ଯୋଗଦେଇ ନୂତନ କୃଷି ଯନ୍ତ୍ରପାତି ଉଦ୍ଭାବନ ପାଇଁ ଜିଲ୍ଲାସ୍ତରରେ ୧୫ହଜାର ଲେଖାଏଁ ୩ଟି ଏବଂ ନୂତନ ଜ୍ଞାନକୌଶଳ ପାଇଁ ୫ହଜାର ଲେଖାଏଁ ଗୋଟିଏ ପୁରସ୍କାରର ବ୍ୟବସ୍ଥା ରହିଥିବା ଅବଗତ କରିଥିଲେ ।

ଜିଲ୍ଲାସ୍ତରରୁ ନୂତନ କୃଷି ଯନ୍ତ୍ରପାତି ଓ ଜ୍ଞାନକୌଶଳ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ରାଜ୍ୟସ୍ତରକୁ ଉନ୍ନିତ କରିବା ପାଇଁ ବ୍ୟବସ୍ଥା ଥିବା କର୍ମଶାଳାରେ ସୂଚନା ଦିଆଯାଇଥିଲା ।

ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ସହକାରୀ କୃଷି ଅଧିକାରୀ, ସହକାରୀ କୃଷି ଯନ୍ତ୍ରୀ ଓ ଗ୍ରାମ୍ୟ କୃଷୀ କର୍ମଚାରୀମାନେ ଯୋଗଦାନ କରିଥିଲେ ।

- Advertisement -

Leave A Reply

Your email address will not be published.