Take a fresh look at your lifestyle.

କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

0 41

Get real time updates directly on you device, subscribe now.

କୋଣାର୍କ : ୦୮.୧୦.୨୦୨୩ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ପୂଜା ନିମନ୍ତେ କୋଣାର୍କରେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ବହୁ ଘାତ ପ୍ରତିଘାତ ମଧ୍ୟରେ କୋଣାର୍କ ନିକଟସ୍ଥ ବେଠିଆ ଗଦା ନିକଟରେ ସୂର୍ଯ୍ୟ ଦେବଙ୍କ ପୂଜାର୍ଚ୍ଚନା ପାଇଁ ମୁକେଶ ଜେନଙ୍କ ନେତୃତ୍ୱରେ ଏହି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ମନ୍ଦିର ନିର୍ମାଣ ହେଉଥିବା ସ୍ଥାନକୁ ଯାତାୟତ ପାଇଁ ରାସ୍ତା ନଥିବାରୁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜୁଛି ।

କିଛି ନେସ୍ତସ୍ବାର୍ଥ ବ୍ୟକ୍ତି ରାସ୍ତାରେ ବାଡ ପକାଇ ମନ୍ଦିର ନିର୍ମାଣ କାର୍ଯ୍ୟରେ ବାଧକ ସାଜୁଛନ୍ତି । ମନ୍ଦିର ନିର୍ମାଣ ହେଉଥିବା ସ୍ଥାନକୁ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ଯାଇ ପାରୁନାହିଁ । ଫଳରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ରାଜସ୍ଥାନରୁ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ମାନ ଆସି କୋଣାର୍କ ବିଭିନ୍ନ ସ୍ଥାନରେ ପଡି ରହିଛି ।

ଏଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ହେଲେ ଚତୃ ପାର୍ଶ୍ବରେ ରହୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇ ପାରିବ ବୋଲି ସୂର୍ଯ୍ୟ ଉପାସକ ମାନେ କହିଛନ୍ତି । ମନ୍ଦିର ନିର୍ମାଣ କାର୍ଯ୍ୟ ବାଧକ ନ ସାଜି ସାମୁହିକ ସ୍ବାର୍ଥ ପାଇଁ ଆଗେଇ ଆସିବାକୁ ସୂର୍ଯ୍ୟ ମନ୍ଦିର ନିର୍ମାଣର ମୂଖ୍ୟ ବିନ୍ଧାଣି ମୁକେଶ ଜେନ କହିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.