Take a fresh look at your lifestyle.

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ସ୍ୱଛତା ଅଭିଜାନ

0 86

Get real time updates directly on you device, subscribe now.

ଢେଙ୍କାନାଳ : ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ଅବସରରେ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଠାରେ ଅହମ୍ମଦିୟା ମୁସଲିମ ଯୁବ ସଂଗଠନ “ମଜଲିସ ଖୁଦ୍ଦାମୁଲ ଅହମଦିୟା” ଆନୁକୁଲ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମୁହିକ ନିରବ ପ୍ରାର୍ଥନା (ଦୁଆ) ପରେ ଯୁବକମାନେ ଶ୍ରମଦାନ ଦ୍ୱାରା ଗୁଣ୍ଡିଚାପଡ଼ା ସହିଦ ସ୍ମାରକୀ ଓ ସଦର ରାସ୍ତା ଗୁଡ଼ିକୁ ସଫା କରିଥିଲେ। ଅହମଦିୟା ମୁସଲିମ ଯୁବ ସଂଗଠନ ଗୁଣ୍ଡିଚାପଡ଼ାର ଅଧ୍ୟକ୍ଷ ମହମୁଦ ଖାଁ ଙ୍କ ନେତୃତ୍ବରେ ଏହି ସ୍ୱଛତା କାର୍ଯ୍ୟକ୍ରମଟି କାର୍ଯ୍ୟକାରୀ ହୋଇଥିଲା।

ଏହି ଅବସରରେ ସେ କହିଥିଲେ ଯେ, ଆମ ପରିବେଶକୁ ସଫା ସୁତୁରା ରଖିବା ଆମ ସମସ୍ତଙ୍କ ସାମାଜିକ ଦାୟିତ୍ଵ। ଇସଲାମ ଧର୍ମର ପ୍ରତିଷ୍ଠାତା ପୈଗମ୍ବର ହଜରତ ମୁହମ୍ମଦଙ୍କ ମୁଖ ନିସୃତ ବାଣୀ ହଦୀସ ରେ ବର୍ଣିତ ଅଛି ” ସ୍ୱଛତା, ଈମାନ ଅଥବା ବିଶ୍ୱାସର ଅଂଶ ବିଶେଷ” । ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ଅବସରରେ ଆମେ ସେ ମହାନ ଆତ୍ମା କୁ ଶ୍ରମ ଦାନ ଦ୍ୱାରା ସ୍ୱଚ୍ଛାଞ୍ଜଳୀ ଅର୍ପଣ କରୁଛୁ।

ଏହି ଅବସରରେ ସଲିମ ଉଦ୍ଦିନ ଖାଁ ,ଯୁବ ସଂଗଠନର ଉପାଧ୍ୟକ୍ଷ ରମଜାନ ବକ୍ସ, କୋଷାଧ୍ୟକ୍ଷ ଶେଖ ଜହୀର , ଅସକର ଉଦ୍ଦିନ, ଶମସେର ଖାଁ, ସଫିର ଅହମଦ, ହମାଦ ଖାଁ, ହସୁର ଖାଁ ସମେତ ବହୁ ସଂଖ୍ୟାରେ ଯୁବକମାନେ ଯୋଗ ଦେଇଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.