Take a fresh look at your lifestyle.

ଆଦିବାସୀଙ୍କ ସମସ୍ୟା ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

0 12

ଢେଙ୍କାନାଳ: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ଥ ପର୍ଜଙ୍ଗ, କଙ୍କଡାହଡା ଓ ଗଁଦିଆ ବ୍ଲକ ଅଂଚଳ ରେ ବସବାସ କରୁଥିବା ଆଦିବାସୀ ସମାଜରେ କୋ ପ୍ରଥା ତଥା ଗୁଣିଗାରେଡି ଅନ୍ଧବିଶ୍ୱାସ ନିଶା ହିଂସା ଦ୍ୱାରା ଆଦିବାସୀ ମାନେ ନିଜ ନିଜ ଭିତରେ ଜମି ଜାଗାକୁ କେନ୍ଦ୍ର କରି ପରଷ୍ପର ଭିତରେ ବିବାଦ ହେବା, ଅନ୍ଧବିଶ୍ୱାସ ଦ୍ୱାରା ନିରୀହ ମହିଳା ମାନଙ୍କୁ ଡାହାଣୀ ସନେ୍ଦହ କରିବା ଏବଂ ଅତ୍ୟଧିକ ଟଙ୍କା ଜୋରିମନା କରିବା ଏବଂ ଜରିମାନା ନ ଦେଲେ ସାମାଜିକ ବାସନ୍ଦ ବା ଏକଘରିକିଆ କରିବା ଭଳି ସମସ୍ୟା ରେ ସମୁଖୀନ ହେଉଛନ୍ତି ।

ଏହି ସମ୍ବନ୍ଧରେ କାମାକ୍ଷାନଗର ଥାନାରେ ଅଭିଯୋଗ କଲେ କୌଣସି ପଦକ୍ଷେପ ନିଅନ୍ତି ନାହିଁ । ଏହି ସମସ୍ୟାକୁ ଆଲୋଚନା କରାଯାଇ ସମାଧାନ ନିମନ୍ତେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ମୋହନ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଆଶା ଜୋନାଲ ହେଡ ତଥା ବିଶ୍ୱମାନବ ଅଧିକାର ସୁରକ୍ଷା ସଂଙ୍ଗଠନ ଅନୁସୂଚିତ ଜନଜାତି ସଭାପତି ସୁନାରାମ ମାରାଣ୍ଡି ।

ଆଶା ଜିଲ୍ଲା ସଭାପତି ଦଶରଥ ହାଁସଦାଃ, ଉଦୟ ମୁର୍ମୁ, ରୁପାଇ ମୁର୍ମୁ, କୁଆଁର ଟୁଡୁ, ବିଜୟ ଟୁଡୁ ଉପସ୍ଥିତ ଥିଲେ । ଶ୍ରୀ ମାରାଣ୍ଡି କହିଛନ୍ତି ଯେ କାମାକ୍ଷାନଗର ପ୍ରସାଶନ ଆଦିବାସୀଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ଆଦିବାସୀ ଙ୍କ ସହିତ ଆଲୋଚନା ନ କରନ୍ତି ତେବେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ ବୋଲି ବିବୃତି ରେ ପ୍ରକାଶ କରିଛନ୍ତି ।

- Advertisement -

Leave A Reply

Your email address will not be published.