Take a fresh look at your lifestyle.

ଭୁବନ ମହିଳା ମହାବିଦ୍ୟାଳୟରେ “ସ୍ବଚ୍ଛତା ହିଁ ସେବା” ଅନୁଷ୍ଠିତ

0 11

Get real time updates directly on you device, subscribe now.

ଭୁବନ ୨.୧୦- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏନ୍ ଏସ ଏସ (ଜାତୀୟ ସେବା ଯୋଜନା ) ୟୁନିଟ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲୀପ କୁମାର ଦାସ ଗାନ୍ଧିଜୀଙ୍କ ଜୀବନୀ ଓ ତାଙ୍କର ନୀତି ଆଦର୍ଶ ଅନସରଣ କରି କିପରି ସାରା ଭାରତ ବର୍ଷ କୁ ସ୍ୱଚ୍ଛ କରି ଦେଶର ବିକାଶ ହେବ ତାହା ଉପରେ ଗୁରୁତ୍ବ ଆରୋପ କରିଥିଲେ ।

ସମ୍ମାନିତ ଅତିଥି ଭାବେ ରାଜନୀତି ବିଭାଗ ଅଧ୍ୟାପିକା ଡ .ମମତା ପାତ୍ର ଗାନ୍ଧୀଙ୍କର ତିନି ନୀତି ମାଧ୍ୟମରେ ଦେଶକୁ ସ୍ୱଚ୍ଛ ଓ ପରିଷ୍କାର ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ସଂସ୍କୃତ ବିଭାଗ ଅଧ୍ୟାପିକା ସ୍ମୃତିମୟୀ ସେନ କହିଥିଲେ ନିଜେ ସ୍ୱଚ୍ଛ ହେଲେ ଦେଶ ସ୍ୱଚ୍ଛ ରହିବ।

ଏନ୍ ଏସ ଏସ ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ କହିଥିଲେ ଜ୍ଞାନ ଓ ସ୍ବଚ୍ଛତା ରଖି ସଚେତନ କରାଗଲେ ଯୁବପିଢି ନିଶ୍ଚିତ ଦେଶ ବିକାଶରେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ । ଶେଷରେ ଏନ୍ ଏସ ଏସ ଛାତ୍ରୀ ମାନେ କଲେଜ କ୍ୟାମ୍ପସ ସଫେଇ କରି ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.