Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର

0 12

Get real time updates directly on you device, subscribe now.

ଢେଙ୍କାନାଳ : ଯୋରନ୍ଦା ମହିମା ଗାଦି ସ୍ତିତ ମହିମା ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅଧ୍ୟକ୍ଷ ଡ.ସଦାନନ୍ଦ ମିଶ୍ରଙ୍କ ସଭାପତିତ୍ୟରେ ଅନୁଷ୍ଠିତ ହୋଇଛି ।ଅଧ୍ୟକ୍ଷ ଡ.ମିଶ୍ରଙ୍କ “ଡିଗ୍ରୀ ସ୍ତରରେ ଶିକ୍ଷାଗତ ଓ ବୃତ୍ତିଗତ ଉପାଦାନ ଗୁଟିକ ଉପରେ ଏକ ମିଳିତ ଅଧ୍ୟୟନ” ଶୀର୍ଷକ ପରାମର୍ଶ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ବୃତ୍ତିଗତ ପରାମର୍ଶ ପ୍ରକୋଷ୍ଠର ସଂଯୋଜିବା ଅଧ୍ୟାପିକା ପାହ୍ଲାହ କୁମାର ସ୍ବାଇଁ,ରଞ୍ଜନ କୁମାର ମହାପାତ୍ର,ଶକ୍ତି ପ୍ରସାଦ ନାୟକ, ସାଧ୍ୟାରାଣୀ ବେହେରା, କାଲନ୍ଦି ଚରଣ ପଣ୍ଡା,ଜ୍ୟୋତି ରଞ୍ଜନ ଦଳାଇ,ପ୍ରେମଲତା ମଲ୍ଲ ଓ କାମାକ୍ଷା ବେହେରା ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉସ୍ତାହିତ କରିଥିଲେ ।ପରିବେଶରେ ବୃତ୍ତିଗତ ପରାମର୍ଶ ପ୍ରକୋଷ୍ଠରେ ସହ ସଂଯୋଜକ ଡ. ଆଇ ଶିବଶଙ୍କର ଧନ୍ୟବାଦ୍ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.