Take a fresh look at your lifestyle.

ସାଇବାବା କ’ଣ ଥିଲେ ?

0 23

Get real time updates directly on you device, subscribe now.

ଶ୍ରୀ ଗଣେଶ ଭଗବତୀ ସରସ୍ୱତୀ ତଥା ଗୁରୁ ମହାରାଜଙ୍କ ଚରଣରେ ମୋର ସାଷ୍ଟାଙ୍ଗ ପ୍ରଣାମ । ପୁଣି ମୋର କୁଳ ଦେବତା ଶ୍ରୀ ସୀତା-ରାମଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର ସାଷ୍ଟାଙ୍ଗ ନମନ । ଶେଷରେ ଶ୍ରୀ ସଚ୍ଚିଦାନନ୍ଦ ସଦ୍ଗୁରୁ ଶ୍ରୀ ସାଇନାଥ ମହାରାଜଙ୍କ ଚରଣରେ ନତ-ମସ୍ତକ ହୋଇ ତାଙ୍କର ସ୍ତୁତି କରୁଛି । (ପୂର୍ବପ୍ରକାଶିତ ଉତ୍ତାରୁ…..)

୪୨.କୋଉ ପ୍ରକାରର ଅଞ୍ଜନ ଔଷଧି ଓ ଜଡ଼ିବୁଟିର ସେବନ ବିନା ବହୁତ ଅନ୍ଧଙ୍କୁ ପୁଣି ଦୁଷ୍ଟି ଶକ୍ତି ପ୍ରାପ୍ତ ହୋଇଯାଇଥିଲା।
୪୩.ବାବାଙ୍କର ଶକ୍ତି ଓ ମହାନତା ଅପାର ଥିଲା । କିଏ ବି ତାର ଅନ୍ତ ପାଉନଥିଲା । ତାଙ୍କର କ୍ରୀତି ଶୁଣି ଯାତ୍ରୀ ମାନଙ୍କର ଭିଡ ଚର୍ତୁଦିଗରୁ ଶିରିଡ଼ି ଆଡ଼େ ଲାଗିଲା ।

୪୪.ସକାଳ ଶୌଚ ଆଦିରୁ ନିର୍ବୁତି ହୋଇ ବାବା ସଦା ଧୁନି ପାଖରେ ହିଁ ସମାଧିରେ ଲୀନ ହୋଇ ଆସନ ଜମେଇ ଦେଇଥିଲେ ଆଉ ସେଠାରେ ବିଶ୍ରାମ କରୁଥିଲେ । ସେ ଏପରି କେବେ କେବେ ସ୍ନାନ କଲା ଆଗରୁ କି କେବେ ସ୍ନାନ କଲା ପରେ ମଧ୍ୟ ସମାଧିରେ ଲୀନ ହୋଇଯାଇଥିଲେ ।

୪୫.ଆଗରୁ ବାବା ସୁନ୍ଦର ଧଳା ର ପିନ୍ଧୁଥିଲେ । ଅଣ୍ଟା ରେ ସଫା ଧୋତି ବା ଆଉ କମିଜ ପିନ୍ଧୁଥିଲେ ।


୪୬.ପ୍ରଥମେ ବାବା ଗାଁରେ ଚିକିତ୍ସା ବି କଲେ । ସେ ରୋଗୀଙ୍କର ଲକ୍ଷଣ ଦେଖି ତାଙ୍କୁ ଓଷଧ ଦେଉଥିଲେ । ଏଇ କାର୍ଯ୍ୟ ରେ ତାଙ୍କୁ ବହୁତ ସଫଳତା ମିଳିଲା ଆଉ ସେ ଏକ ପ୍ରସିଦ୍ଧ ହାକିମ ହୋଇଗଲେ ।

୪୭. ଥରେ ଜଣେ ଭକ୍ତ ଙ୍କ ଆଖିରେ ଘାଆ ହୋଇ ବହୁତ୍ ଲାଲ୍ ହୋଇଗଲା l ଆଉ ଆଖି ର ଗୋଟିଏ ଡୋଳl ରେ ଗୋଟେ ଗୋଡ଼ି ପରି ଗଡିବାରେ ଲାଗିଲା l ଶିରିଡ଼ି ରେ ସୁବିଧାରେ ବୈଦ୍ୟ ମିଳିବା କଠିନ ଥିଲା l

୪୮. ସିଧାସଳଖ ସରଳ ଭକ୍ତ ତାଙ୍କ ଆଖି ବାବାଙ୍କୁ ଦେଖେଇଲେ l ତୁରନ୍ତ ବାବା ଭାଲିଆ ର ମଞ୍ଜି ମାନେ ଲଙ୍କା ଆମ୍ବ ର ମଞ୍ଜି କୁ ବାଟି ତାର ଦୁଇଟା ଗୁଳl କଲେ l

୪୯- ଏପରି ପୀଡାରେ କିଏ ତ କଜଳ କି କିଛି ଲେପ ଲଗାଇଥାନ୍ତା। କିଏ ତୁଳକୁ ଗାଈ ଦୁଧରେ ଭିଜାଇ ରଖିଥାନ୍ତା ଆଉ କିଏ ମହମ କି କର୍ପୂର ର ଯୁକ୍ତ ଔଷଧକୁ ବ୍ୟବହାର କରିଥାନ୍ତା।

୫୦- ପରନ୍ତୁ ବାବା ଙ୍କ ଔଷଧ ତ ସବୁଠୁ ଭିନ୍ନ ଥିଲା । ସେ ତାଙ୍କ ହାତରେ ରୋଗୀର ଆଖିରେ ଗୋଟେ ଗୋଟେ ଗୋଳl କୁ ଥାପି ଦେଇ ଆଖିକୁ କାନ ରେ ବନ୍ଧିଦେଲେ।

୫୧ – ତା ପରଦିନ ଆଖିରୁ ପଟି କଢ଼ିଦେଇ ସେଥିରେ ପାଣି ପକାଗଲା । ଆଖିର ଘା ପୁରା ଠିକ୍ ହେଇଯାଇଥିଲା । ଆଉ ଡୋଳା ମଧ୍ୟ ସାଫା ହେଇକି ଠିକ ହୋଇଯାଇଥିଲା I

୫୨- ଆଖି ଯେପରି ଗୋଟେ ଅତି ସୁକୋମଳ ଅଙ୍ଗ , ପରନ୍ତୁ ସେଇ ଭଳିଆ ମଞ୍ଜିରୁ ମଧ୍ୟ କିଛି ନା ଜଳେଇଲା ନା ନଷ୍ଟ ହେଲା । ଯଥାର୍ଥ ରେ ସେଥିରୁ ଆଖିର ନଷ୍ଟ ଓ ବ୍ୟାଧି ପୂର୍ଣ୍ଣତ ଠିକ୍ ହୋଇଗଲା। ସେପରି ଅନେକ ଉଦାହରଣ ଅଛି।

୫୩- ବାବାଙ୍କ ର ଧୋତି – ପୋତି’ ( ଗୋଟେ ପ୍ରକାର ହଠ ଯୋଗ କ୍ରିୟା) ର ଜ୍ଞାନ ଥିଲା। ବାବା କାହାକୁ କିଛି ନ କହି କୋଉ ଏକାନ୍ତ ଜାଗାକୁ ଯାଇ ସ୍ନାନ କରୁଥିଲେ ଆଉ ତାଙ୍କର ଅନ୍ତବୁଜୁଳା କୁ ମୁହଁ ବାଟେ କାଢି ଧୋଇ ଶୁଖିବା ପାଇଁ ଟାଙ୍ଗୀ ଦେଉଥିଲେ।

୫୪ – ମସଜିଦରେ ଯେତେ ଦୁରେ କୂଅ ଥିଲା , ସେତିକି ଦୂରରେ ଗୋଟେ ବରଗଛ ଥିଲା । ଯା ଆଗରେ ଆଉ ଗୋଟେ କୂଅ ଥିଲା । କୂଅରେ ବାବା ସବୁ ଦିନେ ଛଡ଼ା ଦିନେ ଧୌତକ୍ରୀୟା କରିବାକୁ ଯାଉଥିଲେ।

୫୫- ଭରା ଦ୍ଵିପହରେ ଟାଣ ଖରା ରେ ଆଖପାଖ କାହାକୁ ବି ନ ଦେଖି ବାବା ନିଜେ କୂଅରୁ ପାଣି କାଢି ନିଜର ମୁହଁ ଆଦି ଧୋଉଥିଲେ।
୫୬- ଏପରି ଗୋଟେ ସମୟରେ ଯେତେବଳେ ସେ ସ୍ନାନ କରିବାକୁ ବସିଥିଲେ ସେ ଜଲଦି ତାଙ୍କର ଅନ୍ତବୁଜୁଳାକୁ ବାହାରକୁ କାଢି ଦେଲେ। ଆଉ ତାକୁ ସେଠାରେ ଧୋଇବାରେ ଲାଗିଲେ।

୫୭- ଯେତେବେଳେ କୋଉ ଛେଲିକୁ ମାରଯାଏ ତ ତାର ଅନ୍ତବୁଜୁଳା କୁ ବାହାରକରି ସଫା କରାଯାଇଥାଏ ଆଉ ପୁଣି ଖେଳେଇ କରି ଶୁଖିବାକୁ ରଖି ଦିଆଯାଇଥାଏ।

୫୮- ସେପରି ବାବା ମଧ୍ୟ ତାଙ୍କ ଅନ୍ତବୁଜୁଳାକୁ ବାହାରକରି ତାକୁ ସାବଧାନ ର ସହ ଧୋଇ ସଫା କଲେ । ଏହା ଦେଖି ସବୁ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ।

୫୯- ଶିରିଡ଼ିରେ ଏଇ ଘଟଣାକୁ ସ୍ଵୟଂ ଆଖିରେ ଦେଖିଥିବାବାଲା ଏବେ ପର୍ଯ୍ୟନ୍ତ ଜୀବିତ ଅଛନ୍ତି। ଯିଏକି ଏଇ ଅଦ୍ଭୁତ ଦୃଶ୍ୟ ନିଜେ ଦେଖିଥିଲେ। ଆଉ ସେ ଯାହା କହନ୍ତି ବାବା ଜଣେ ଅଦ୍ଭୁତ ସନ୍ଥ ଥିଲେ।

୬୦- କେବେ କେବେ ବାବା ଖଣ୍ଡ ଯୋଗ ମଧ୍ୟ କରୁଥିଲେ । ଯେଉଁଥିରେ ସେ ତାଙ୍କ ର ଗୋଡ଼ ହାତ ଇତ୍ୟାଦିକୁ ଦେହ ରୁ ଅଲଗା କରି ଦେଉଥିଲେ। ବାବାଙ୍କ ର ଏଇ ଅଙ୍ଗକୁ ମସଜିଦ ରେ ଇଆଡେ ସିଆଡେ ଖେଳେଇ ହେଇକି ପଡିଥିବାର ଦେଖିବାକୁ ମିଳେ।

(କ୍ରମଶଃ….)
ମୂଳ ରଚନା :
ଶ୍ରୀ ଗୋବିନ୍ଦରାଓ ରଘୁନାଥ
ଦାଭୋଳକର (ହେମାଡ଼ପନ୍ତ)
ଓଡ଼ିଆ ଅନୁବାଦ – ବବିତା ରଥ, ସମ୍ବଲପୁର

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.