Take a fresh look at your lifestyle.

ଦାବୀ ପୂରଣ ଲାଗି ଆନେ୍ଦାଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ଫେଡେରେସନ୍

0 5

Get real time updates directly on you device, subscribe now.

ଢେଙ୍କାନାଳ : ତିନିଦଫା ଦାବୀପୂରଣ ନହେଲେ ଚଳିତ ମାସ ୧୬ ତାରିଖ ଠାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକସଂଘ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ସଭାପତି ରମଣୀ ରଞ୍ଜନ ତ୍ରିପାଠୀ, ମହାସଚିବ ଚାରୁଲତା ମହାପାତ୍ର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

ପ୍ରକାଶ ଥାଉକି, ଗତ ୦୬.୦୮.୨୦୨୩ରିଖ ରବିବାର ଦିନ ଭୁବନେଶ୍ୱରସ୍ଥିତ ଶିକ୍ଷକ ଭବନ ପରିସରରେ ରାଜ୍ୟରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ନେତୃମଣ୍ଡଳୀଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଫେଡେରେସନ୍ର ଆହ୍ୱନ କ୍ରମେ ଗତ ୨୪.୦୭.୨୦୨୩ରିଖରେ ପ୍ରାଥମିକ ଶିକ୍ଷକ ଭବନ, ୫-ଖାରବେଳେ ନଗରଠାରେ ଏକ ବୈଠକ କରାଯାଇଥିଲା ଓ ତା’ର ନିଷ୍ପତି ଅନୁଯାୟୀ ଗତ ତା.୦୫.୦୮.୨୦୨୩ରିଖରେ ରାଜ୍ୟରେ ୩୧୪ ବ୍ଲକ୍ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ଶୋଭାଯାତ୍ରାରେ ସମ୍ପୃକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତଥା ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ମହୋଦୟଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

ଦେବୀ ଗୁଡିକ ହେଲା- ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକମାନଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନ୍କ୍ରିମେଂଟ୍ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହି ଏକ୍ସ-କ୍ୟାଡର ଉଚ୍ଛେଦ, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ ।

ଦ୍ୱିତୀୟରେ ରାଜ୍ୟରେ ସମସ୍ତ ବର୍ଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳବେତନ ହାରକୁ ଲେବୁଲ୍-୯ ପ୍ରଦାନ କରାଯାଉ । ତୃତୀୟରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଠାରୁ ନୂତନ ପେନ୍ସନ୍ ଯୋଜନା ପ୍ରତ୍ୟାହାର କରାଯାଇ ପୁରୁଣା ପେନ୍ସନ୍କୁ ଲାଗୁ କରାଯାଉ । ପ୍ରକାଶଥାଉକି, ଗତ ୨୦୨୨ ମସିହା ନଭେମ୍ବର ମାସ ୧୭ ତାରିଖ ଦିନ ଉପରୋକ୍ତ ଦାବୀକୁ ନେଇ ରାଜ୍ୟର ୧ଲକ୍ଷ ୩ ହଜାରରୁ ଉଦ୍ଧ୍ୱର୍ ଶିକ୍ଷକ ଶିକ୍ଷୟିତ୍ରୀ ରାଜରାସ୍ତାକୁ ଆସିଥିଲେ ।

ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ପରେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ନ ମିଳିବା ଦ୍ୱାରା ଆଗାମୀ ୧୬.୦୮.୨୦୨୩ରିଖ ଠାରୁ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନେ ଦାବୀ ପୂରଣ ପର୍ଯ୍ୟନ୍ତ ସାମୁହିକ ଛୁଟି ନେଇ ସମୂହ ଧାରଣା ଦେବେ ବୋଲି ରାଜ୍ୟ ସଂଗଠନର ଉପସଭାପତି ବିରଂଚି ନାରାୟଣ ଦାଶ ଓ ଢେଙ୍କାନାଳ ଶାଖାର ସଭାପତି ସୁଦୀପ କୁମାର ମିଶ୍ର, ସମ୍ପାଦକ ସଚିନ୍ କୁମାର ନାୟକ, ଅସିତ୍ ଦାଶ, ପଙ୍କଜିନୀ କର, ପ୍ରଣତୀ ମହାପାତ୍ର, ସଂଗଠନ ସମ୍ପାଦକ ବୈରାଗୀ ଚରଣ ସେଠୀ, ଏନ୍.ପି.ଏସ୍. ସଭାପତି ନିରାକାର ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ନାଥ, ଶତୃଘ୍ନ ମଲ୍ଲିକ, ବିଷ୍ଣୁ ଚରଣ ମଲ୍ଲିକ ସମେତ ଢେଙ୍କାନାଳର ସମସ୍ତ ବ୍ଲକ୍ର ସଂଗ୍ରାମୀ ଭାଇଭଉଣୀମାନେ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.