Take a fresh look at your lifestyle.

ଓଡିଶାରେ ଦୁର୍ନୀତି, କୁଶାସନ ଓ ସାମ୍ବିଧାନିକ ବିଧ୍ୱ ଉଲଙ୍ଘନକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନବନିର୍ମାଣ ସ୍ୱରାଜ ସରକାର ତରଫରୁ ଅଭିଯୋଗ

0 18

Get real time updates directly on you device, subscribe now.

 ଢେଙ୍କାନାଳ : ନବନିର୍ମାଣ ସରାଜ ସରକାର ତରଫରୁ ଓଡିଶାରେ ଦୁର୍ନୀତି, କୁଶାସନ ଓ ସାମ୍ବିଧାନିକ ବିଧ୍ ଉଲ୍ଲଙ୍ଘନ ଘଟଣାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏଥରେ ଶିକ୍ଷା, ନିଯୁକ୍ତି ଓ ଆଇନ୍ ଶୃଙ୍ଖଳା କ୍ଷେତ୍ରରେ ଓଡିଶାର ସ୍ଥିତି ଅତ୍ୟନ୍ତ ନୈରାଶ୍ୟ ଜନକ ।

ଏଣୁ ଏହି କ୍ଷେତ୍ରରେ ୭ ଗୋଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇଛନ୍ତି। ଏଗୁଡିକ ହେଲା ଓଡିଶାରେ ଚାଲିଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ଆଖୁବୁଜ। ଦୁର୍ନୀତି, ଏଭଳିକି ପଂଚାୟତିରାଜ ବ୍ୟବସ୍ଥା ଠାରୁ ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିରେ ୨୫ ପ୍ରତିଶତ ପିସି କାରବାର ହେଉଛି ।

ଶିକ୍ଷାନୁଷ୍ଠାନ ମାନଙ୍କରେ ୫-ଟି ନାମରେ କୋଟି କୋଟି ଟଙ୍କା ଓ ଜାଡି ଦିଆଗଲେ ବି ଶିକ୍ଷାର ଗୁଣାତ୍ମକ ମାନର ଅଭିବୃଦ୍ଧି ହେଉନାହିଁ କିମ୍ବା ଅନୁଷ୍ଠାନ ପାଇଁ ଶିକ୍ଷକ ଯୋଗାଇ ଦିଆଯାଉ ନାହିଁ। ଏଣୁ ଶିକ୍ଷା କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି ହେଉଛି । ସ୍ୱାସ୍ଥ୍ୟସେବା ନାମରେ ମାସକୁ ଯେଉଁ ୧୦୦/୨୦୦ କୋଟି ଟଙ୍କା ଅର୍ଥ ବରାଦ ହେଉଛି, ତାହାର ସିଂହଭାଗ ଅଂଶ ଘରୋଇ ହସ୍ପିଟାଲ୍‌ମାନେ ଜାଲିଆତି କରି ଲୁଟି ନେଉଛନ୍ତି ।

ତୁରନ୍ତ ଏହାର ସମାଧାନ ପାଇଁ ଏହି ବ୍ୟବସ୍ଥା ଉଚ୍ଛେଦ କରାଯାଇ ସରକାରୀ ହସ୍ପିଟାଲ୍ ନିର୍ମାଣ କରାଯାଇ ଆବଶ୍ୟକ ଡାକ୍ତର, ଯନ୍ତ୍ରପାତି ଓ ଔଷଧ ଯୋଗାଇ ଦିଆଯାଉ । କୃଷି କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଦେଖାଦେଇଛି । ଜଳସେଚନ, ଜଳ ନିଷ୍କାସନ, ଗୋଦାମ ଘର, ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କିଛି ବି ହେଉନାହିଁ । ଅଧିକାଂଶ ଜିନିଷ ପାଇଁ ଆମେ ଓଡିଶା ରାଜ୍ୟ ଉପରେ ନିର୍ଭର କରୁଛୁ । ବିଶେଷକରି ଚାଷୀ ସୁରକ୍ଷା ଭରା ଯାହାକି କୃଷି କ୍ଷେତ୍ରକୁ ବଂଚାଇବା ପାଇଁ ଅମୋଘ ଅସ୍ତ୍ର ମାତ୍ର ୫ ହଜାର ଟଙ୍କା ଚାଷୀ ପରିବାରକୁ ମାସକୁ ଦିଆଯାଉ ନାହିଁ । ଭାଗଚାଷୀଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଜମି, ଜଳ, ଜଙ୍ଗଲରେ ଆଦିବାସୀମାନଙ୍କ ଅଧିକାର ପ୍ରଚାରରେ ରହିଛି । ତୁରନ୍ତ ଏହାର ସମାଧାନ ପାଇଁ ସରକାରଙ୍କୁ ଆପଣ ନିର୍ଦ୍ଦେଶ ଦେବାକୁ ଦାବି କରୁଛୁ ।

ଘରୋଇ ଟାଟା କମ୍ପାନୀର ଅଘୋଷିତ ବିଦ୍ୟୁତ୍ ଦର୍ ବୃଦ୍ଧି ଗ୍ରାମାଂଚଳରେ ହିଂସାକାଣ୍ଡ ସୃଷ୍ଟି କଲାଣି। ତୁରନ୍ତ ସରକାର ବିଦ୍ୟୁତ୍ ବ୍ୟବସ୍ଥା ହାତକୁ ନିଅନ୍ତୁ। ଖଣିଜ ଦ୍ରବ୍ୟ, କୋଇଲା ଉତୋଳନ ହେଉଥିବା ଅଂଚଳବାସୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗୀନ । ଖଣି, କୋଇଲା ଚୋରି ବନ୍ଦ ହେବା ସହିତ ଦୁର୍ନୀତିଗ୍ରସ୍ତଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ଏହି ଅଂଚଳବାସୀଙ୍କ ସାର୍ଥ ସୁରକ୍ଷା କରାଯାଉ ।

ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ଜିଲ୍ଲା ପ୍ରଭାରୀ ଅଶ୍ବିନୀ କୁମାର, ଜିଲ୍ଲା ସଂଯୋଜକ ପ୍ରହଲ୍ଲାଦ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ନାଏକ, ଜିଲ୍ଲା ସହ ସଂଯୋଜକ ସୁଧାକର ପରିଡା, ସଦର ବ୍ଲକ୍ ସଂଯୋଜକ ଚନ୍ଦ୍ରଶେଖର ବରାଳ, ଓଡାପଡା ବ୍ଲକ୍ ସଂଯୋଜକ ଭାଗିରଥ୍ ସାହାଣୀ ଓ ନୀଳମଣି ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.