Take a fresh look at your lifestyle.

୮ମ ସ୍ୱପ୍ନେଶ୍ୱର ମହୋତ୍ସବ ଉଦଘାଟିତ

0 3

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନହଲ ଠାରେ ଶାଶ୍ୱତ କଳାପରିଷଦ ପକ୍ଷରୁ ୮ମ ସ୍ୱପ୍ନେଶ୍ୱର ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ଟି. ସୌରୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ସମାଜସେବୀ ଅରୁଣ କୁମାର ସାହୁ, ନାଟ୍ୟ ନିର୍ଦେଶକ ଦିଲ୍ଲେଶ୍ୱର ମହାରଣା ଯୋଗଦାନ କରିଥିଲେ ।

ଅନୁଷ୍ଠାନର ଅଧକ୍ଷା ସିପ୍ରାରାଣୀ ମହାନ୍ତି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଢେଙ୍କାନାଳ ତଥା ଜିଲ୍ଲା ବାହାରୁ ଅନେକ ବ୍ୟକ୍ତି ବିଶେଷ ତଥା ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ମହୋତ୍ସବକୁ ଉପସ୍ଥାପକ ସୁଶାନ୍ତ କୁମାର ପାଣି ପରିଚାଳନା କରିଥିବା ବେଳେ ବିଜ୍ଞାନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.