Take a fresh look at your lifestyle.

ମରାମତି ଅଭାବରୁ ରାସ୍ତା ଶୋଚନୀୟ :ପ୍ରତିବାଦରେ ଗ୍ରାମବାସୀଙ୍କ ଝାରଗାଡିଆ-ବଉଳପୁର ରାସ୍ତା ଅବରୋଧ

0 11

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଝାରଗାଡିଆଠାରୁ ବଉଳପୁରକୁ ସଂଯୋଗ କରୁଥିବା ୩ କିଲୋମିଟର ରାସ୍ତା ମରାମତି ଅଭାବରୁ ଅତି ଶୋଚନୀୟ ହୋଇପଡିଛି । ରାସ୍ତାସାରା ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଛି ।

ବର୍ଷା ହେଲେ ରାସ୍ତା ଆହୁରି କଦର୍ଯ୍ୟ ହୋଇପଡୁଛି । ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମୁଥିବାରୁ ଖାଲଖମା ଜଣାପଡୁନାହିଁ । ରାସ୍ତାରେ ଗାଡିମଟର ଗଲେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।

ଛୋଟପିଲାମାନେ ବିଦ୍ୟାଳୟକୁ ଗଲାବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ କିଛିଦିନ ମଧ୍ୟରେ ଏହି ରାସ୍ତାରେ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇସାରିଲେଣି । ସେହିପରି ଅନେକ ଲୋକ ମଧ୍ୟ ଗାଡିରୁ ପଡି ଖଣ୍ଡିଆଖାବରା ହେଲେଣି ।

ଏହାକୁ ନେଇ ସଦାଶିବପୁର ସରପଞ୍ଚ ଧରିତ୍ରୀ ମଲ୍ଲିକ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର କୌଣସି ପ୍ରତିକାର ନହେବାରୁ ଶନିବାର ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସୁଧାଡିହକାଟେଣୀ ଗ୍ରାମବାସୀମାନେ ଝାରଗାଡିଆ-ବଉଳପୁର ରାସ୍ତାକୁ ଅବରୋଧ କରି ରଖିଛନ୍ତି ।

ପ୍ରଥମେ ଝାରଗାଡିଆ ଫାଣ୍ଡି ଅଧିକାରୀ ଆନେ୍ଦାଳନକାରୀଙ୍କ ନିକଟକୁ ଯାଇ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ରାସ୍ତା ଅବରୋଧରୁ ହଟିନଥିଲେ । ସଂଧ୍ୟାରେ ସଦର ଥାନା ଅଧିକାରୀ ପ୍ରଦୀପ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାସୁଝା ଚଳାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.