aଢେଙ୍କାନାଳ : ମହିମା ଧର୍ମର ବିଶିଷ୍ଟ ଭକ୍ତ ତଥା ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଗ୍ରାମପଞ୍ଚାୟତ ଖଣ୍ଡିଆବନ୍ଧ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ମାଧବ ରାଉତଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଛି । ସେ ବାଲ୍ୟବସ୍ଥାରୁ ମହିମା ଧର୍ମ ପ୍ରତି ଆକୃଷ୍ଟ ହୋଇ ମହିମା ଧର୍ମରେ ଦିକ୍ଷୀତ ହୋଇଥିଲେ ।
ଜୀବନର ଶେଷ ମୂହୂର୍ତ୍ତ ପର୍ଯ୍ୟନ୍ତ ମହିମା ଧର୍ମର ନୀତି ଅନୁସାରେ ଶରଣ ଦର୍ଶନ ଓ ଅନ୍ୟାନ୍ୟ ନୀତି ଆଦି କରିଆସୁଥିଲେ । ତାଙ୍କ ପରଲୋକରେ କୌପିନଧାରୀ ମହିମା ସମାଜ ସମେତ ମହାନତ୍ୟ ସାଧୁଭକ୍ତ ମଣ୍ଡଳୀ ତରଫରୁ ଗଭୀର ଶୋକପ୍ରକାଶ କରାଯାଇଛି ।
ତାଙ୍କ ବିୟୋଗରେ କୌପିନଧାରୀ ମହିମା ସମାଜର ଅଧ୍ୟକ୍ଷ ଋଷିପ୍ରତୀମ ରଘୁନାଥ ବାବା ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଓଡିଶା ସରକାରଙ୍କର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ କୃତ୍ତିବାସ ରାଉତଙ୍କ ସମେତ ୪ ଝିଅ, ଜ୍ୱାଇଁ, ପୁତ୍ରବଧୁ ଓ ନାତିନାତୁଣୀ ଏବଂ ଆତ୍ମୀୟ ସ୍ୱଜନମାନେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଗ୍ରାମ ଶ୍ମଶାନରେ ମହିମା ଧର୍ମର ରୀତିନୀତି ଅନୁଯାୟୀ ସମାଧି ଦିଆଯାଇଛି ।