Take a fresh look at your lifestyle.

ଲଗାଣ ବର୍ଷାରେ ଆରଡି ରାସ୍ତା ଧସିଲା; ବେଲଟିକିରି ଓ ନାଗିଆପଶି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ

0 16

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଓ ନାଗିଆପଶି ଗ୍ରାମପଞ୍ଚାୟତ ମଧ୍ୟରେ ଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି) ରାସ୍ତା ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବେଲଟିକିରି ଓ ନାଗିଆପଶି ପଞ୍ଚାୟତ ମଧ୍ୟରେ ଏହି ରାସ୍ତାର ଦୁରତ୍ୱ ୩ କିଲୋମିଟର ।

ଏହି ରାସ୍ତାଦେଇ ବେଲଟିକିରି ପଞ୍ଚାୟତ ଓ ଏହାର ଆଖପାଖ ସୋଗରପଶି, ଚାଉଳିଆ, ବଣସିଂହ ଗ୍ରାମ ପଞ୍ଚାୟତର ଲୋକମାନେ ବିଭିନ୍ନ ସମୟରେ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସକୁ ଦର୍ଶନ ପାଇଁ ଆସନ୍ତି । ରାସ୍ତାର ଅବସ୍ଥା ବହୁଦିନ ତଳୁ ଶୋଚନିୟ ହୋଇପଡିଥିବା ବେଳେ ଏ ସଂକ୍ରାନ୍ତରେ ବେଲିଟିକିରି ସରପଞ୍ଚ ବଳଭଦ୍ର ସାମଲ ତୁରନ୍ତ ରାସ୍ତାର ମରାମତି ପାଇଁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ।

ସେହି ସମୟରେ ଜିଲାପାଳ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗକୁ ତୁରନ୍ତ ରାସ୍ତା ମରାମତି ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାସତ୍ୱେ ମଧ୍ୟ ବିଭାଗୀୟ ଯନ୍ତ୍ରୀମାନେ ରାସ୍ତା ମରାମତି ପାଇଁ ତତ୍ପରତା ନଦେଖାଇବେ ଏବଂ ନିରବରେ ରହିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।

ଦୁଇଦିନ ହେବ ଲଗାଣ ବର୍ଷାରେ ରାସ୍ତାରେ ଥିବା ଏକ କଲଭର୍ଟ ପାଶ୍ୱର୍ରୁ ରାସ୍ତାଟି ଭୁସୁଡି ପଡିଥିବା ବେଳେ ଉକ୍ତ କଲଭର୍ଟ ବିପଦ ସଙ୍କୁଳ ହୋଇ ରହିଛି । ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ସେହିପରି ନାଗିଆପଶି ପଞ୍ଚାୟତ ଓ ଏହାର ଆଖପାଖର ଲୋକମାନେ ଏହି ରାସ୍ତାଦେଇ ବିିଶ୍ୱ ପ୍ରସିଦ୍ଧ ମହିମାଧର୍ମର ପୀଠ ଯୋରନ୍ଦାକୁ ମଧ୍ୟ ଯାଇଥାନ୍ତି । ଏନେଇ ବେଲଟିକିରି ସରପଞ୍ଚ ପୂର୍ବରୁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ଜଣାଇଥିଲେ ବି କୈାଣସି ପ୍ରତିକାର ହୋଇ ନଥିବା ଅଭିଯୋଗ ହୋଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.