Take a fresh look at your lifestyle.

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

0 4

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବୋରାପଦା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି ।

ବୋରାପଦାଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଓ ଦୁର୍ଗନ୍ଧ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ପୁଲିସ୍କୁ ଖବର ଦେଇଥିଲେ । ଲୋକଙ୍କଠାରୁ ଖବରପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ କୂଅ ଭିତରୁ ମୃତଦେହକୁ ଉଦ୍ଧାର କରି ପୁଲିସ୍ ଜିମା ଦେଇଥିଲେ ।

ତେବେ ପୁଲିସ୍ ଅନୁସନ୍ଧାନ ପରେ ବୋରାପଦା ଗ୍ରାମର ଅମର ଦେହୁରୀ (୫୮) ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ । ଏହାପରେ ପୁଲିସ୍ ମୃତଦେହକୁ ଢେଙ୍କାନାଳ ମେଡିକାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ୍ୟୁର ସଠିକ୍ କାରଣ ଜଣାପଡିନଥିବା ବେଳେ ପୁଲିସ୍ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.