Take a fresh look at your lifestyle.

କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ସିଦ୍ଧ ବଳରାମଜୀଉଙ୍କର ବିଶେଷ ପୂଜା

0 5

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ ବସ୍ତ୍ର, ବିଭିନ୍ନ ଫୁଲ ଓ ତୁଳସୀ ହାର ଲାଗି କରାଯାଇଥିଲା।

ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ରେ ଖେଚେଡ଼ି ଭୋଗ ମଧ୍ୟାହ୍ନ ସମୟରେ ମଙ୍ଗଳା ଅର୍ପଣ ପୂଜା ଓ ବଳରାମଙ୍କୁ ଚିତାଲାଗି କରାଯାଇଥିଲା । ସେହିଥିରେ ଅର୍ନ, ଖେଚେଡ଼ି ଡାଲମା ଚିତୋଉପିଠା ଭୋଗ ଲାଗି କରାଯାଇଥିଲା ‌। ସନ୍ଧ୍ୟା ରେ ଆଳତି ଓ ରାତ୍ରଧୂପ ପରେ ପହଡ ପଡ଼ିବ। ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ଏହି ଚିତାଲାଗି ଅମାବାସ୍ୟା ନିତି ସମ୍ପୁର୍ଣ୍ଣ କରାଯାଇଥିଲା

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.