Take a fresh look at your lifestyle.

ନାଲକୋ ର ମେକାନାଇଜଡ୍ସୋଇନଗଟର ବଜାର ପ୍ରବେଶ

0 7

ଭୁବନେଶ୍ଵର:ନବରତ୍ନଉଦ୍ୟୋଗନ୍ୟାସନାଲଆଲୁମିନିୟମ୍କମ୍ପାନୀଲିମିଟେଡ଼(ନାଲକୋ) ଏହାର ପ୍ରଡକ୍ଟ ପୋର୍ଟଫୋଲିଓ କୁ ଅଧିକ ମଜବୁତଓ ସୁବିସ୍ତୃତ କରିବା ଜାରି ରଖିଅଛି।

ଅତୀତରେ“ସ୍ୱତନ୍ତ୍ରଗୁଣଯୁକ୍ତମେକାନାଇଜଡ୍ସୋଇନଗଟର”ସଫଳପରୀକ୍ଷଣପରେ, କମ୍ପାନୀ ଘରୋଇ ନାଲକୋ ର ଅନଗୁଳ ସ୍ଥିତ ସ୍ମେଲ୍ଟର ପ୍ଲାଣ୍ଟରେଏହି ଉତ୍ପାଦର ପ୍ରଥମ କନସାଇନମେଣ୍ଟ, କମ୍ପାନୀର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଅମିୟ କୁମାର ସ୍ଵାଇଁଙ୍କ ଦ୍ଵାରା ଶୁଭାରମ୍ଭ ହେବା ପରେ ବଜାରକୁ ପ୍ରେରଣ କରାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନାଲକୋ ଦ୍ଵାରା ପ୍ରସ୍ତୁତ ମେକାନାଇଜଡ୍ସୋଇନଗଟ, ଖାଦ ମୁକ୍ତ ହୋଇଥିବା ସହ ଏଥିରୁ ପ୍ରସ୍ତୁତ ଉତ୍ପାଦ ଅଧିକ ମସୃଣ ଓ ଗୁଣାତ୍ମକ ହୋଇଥାଏ।ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଥିବା ଏମ.ଏସ.ଏମ.ଇ ଗୁଡ଼ିକ ପାଇଁ ଏହି ଉତ୍ପାଦ ବିଶେଷ ଭାବେ ଲାଭଦାୟକ ହୋଇପାରିବେ।

ଏହି ସ୍ୱତନ୍ତ୍ରମେକାନାଇଜଡ୍ସୋଇନଗଟ ଖଣ୍ଡ ପ୍ରତି ୬୫୦ କି.ଗ୍ରା. (+/-୫୦ କି.ଗ୍ରା.) ଓଜନରେ ଉପଲବ୍ଧ ଅଟେ ଉଭୟ ଘରୋଇ ତଥା ଆନ୍ତର୍ଜାତୀୟବଜାରରେଗ୍ରାହକଙ୍କଆବଶ୍ୟକତାପୂରଣକରିବାରେଏହି ଉତ୍ପାଦ ବହୁ ମାତ୍ରାରେ ସହାୟକ ହୋଇପାରିବ।

 

- Advertisement -

Leave A Reply

Your email address will not be published.