Take a fresh look at your lifestyle.

ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ୬୮ତମ ପ୍ରତିଷ୍ଠା ଦିବସ

0 13

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଆସନ୍ତା କାଲି ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ ପାଳିତ ହେବ ।

ସେଥିପାଇଁଁ ବିଦ୍ୟାଳୟ ପରିସରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯିବା ସହିତ ଦାୟିତ୍ଵ ବଣ୍ଟନ କରାଯାଇଥିଲା। ବୈଠକରେ ଅତିଥି ମାନଙ୍କୁ ଯୋଗାଯୋଗ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପୁରାତନ କର୍ମଚାରୀଙ୍କ ସହିତ ଯୋଗାଯୋଗ କରାଯାଇଥିବା ଆଲୋଚନା ହୋଇଥିଲା।

ଛାତ୍ର ସଂସଦ ସଭାନେତ୍ରୀ ମନୋଜ ମଞ୍ଜରୀ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କମିିଟିର ସମ୍ପାଦିକା ନିହାର ବାଳା ରାଉତ ପୁରାତନ ଛାତ୍ରଛାତ୍ରୀ , ପ୍ରଦୀପ୍ତ କୁମାର ଭଞ୍ଜ, ପଞ୍ଚାନନ ସ୍ୱାଇଁ, ସୁଧାଂଶୁ ଶେଖର ରାଉତ, ବିଜୟ କୁମାର ରାଉତ, ପ୍ରଫୁଲ୍ଲ ରାଉତ, ରଞ୍ଜନ କୁମାର ନାୟକ, ଆନନ୍ଦ ଚନ୍ଦ୍ର ମହାନ୍ତି, ଅମ୍ବିକା ପ୍ରସାଦ ମିଶ୍ର, ବିଷ୍ଣୁ ଚରଣ ସାହୁ,ଆଲୋକ ରଞ୍ଜନ ରାଉତ, ହିମାଂଶୁ ଭୂଷଣ ନାୟକ , ସନ୍ତୋଷ ନାୟକ, ଦୁର୍ଯ୍ୟୋଧନ ବେହେରା, ଗୈ।ତମ ପ୍ରଧାନ, ହେମନ୍ତ ବେହେରା, ମିହିର ଚନ୍ଦନ ନାୟକ ସୂୂର୍ଯ୍ୟକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ଆୟୋଜନ ତଦାରଖ କରିଥିଲେ।

୧୯୫୬ ମସିହାରେ ବିଦ୍ୟାଳୟ ଗଠନରେ ସକ୍ରିୟ ଅଂଶଗ୍ରହଣ କରିଥିବା ତଥା ବିଦ୍ୟାଳୟର ପ୍ରଥମ ପରିଚାଳନା କମିଟି ସଭ୍ୟ ମାନଙ୍କୁ,ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର କ୍ରୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ମୂଖ୍ୟ ଅତିଥି ଭାବେ ସଦର ବିଧାୟକ ସୁଧିର କୁମାର ସାମଲ ଯୋଗଦେବାର କାର୍ଯ୍ୟକ୍ରମ ଅଛି।

- Advertisement -

Leave A Reply

Your email address will not be published.