Take a fresh look at your lifestyle.

ଅର୍ଥନୀତି ରେ ଶୁଭଶ୍ରୀ ବିଶ୍ଵ ବିଦ୍ୟାଳୟ ଟପର

0 2

Get real time updates directly on you device, subscribe now.

ଢେଙ୍କାନାଳ : ମହିମା ମହାବିଦ୍ୟାଳୟର ଅର୍ଥନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶୁଭଶ୍ରୀ ଖୁଣ୍ଟିଆ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଟପର ହୋଇ ମହିମା ମହାବିଦ୍ୟାଳୟ ର ଗୌରବ ବୃଦ୍ଧି କରିଛନ୍ତି I

ଶୁଭଶ୍ରୀ ଟପର ହେବା ଜଣାପଡିବା ପରେ ମହାବିଦ୍ୟାଳୟ ରେ ଖୁସି ର ଲହରୀ ଖେଳି ଯାଇଛି I ଶୁଭଶ୍ରୀ ଚିରୁଲେଇ ଗ୍ରାମ ର ଲମ୍ବୋଦର ଖୁଣ୍ଟିଆ କନ୍ୟା ଅଟନ୍ତି I

ମହିମା ମହାବିଦ୍ୟାଳୟ ଯୁକ୍ତ ତିନ (ସମ୍ମାନ) ଶେଷ ବର୍ଷ ୨୦୨୩ ବିଶ୍ଵବିଦ୍ୟାଳୟ ସ୍ତରୀୟ ପରୀକ୍ଷାରେ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ସମ୍ମାନରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଛାତ୍ରୀ ଶୁଭଶ୍ରୀ ଖୁଣ୍ଟିଆଙ୍କୁ ସ୍ଵାଗତ କରିବା ସହିତ ମହାବିଦ୍ୟାଳୟର ଗାରିମା ବୃଦ୍ଧି କରିଥିବାରୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଛାତ୍ରୀଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.