Take a fresh look at your lifestyle.

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ

0 1

Get real time updates directly on you device, subscribe now.

ଢେଙ୍କାନାଳ : ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l

ଏହି ବୈଠକରେ ଜିଲ୍ଲାର ସମସ୍ତ 5T ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ଅଙ୍ଗନବାଡି କେନ୍ଦ୍ର ର ଉନ୍ନତିକରଣ, ଅମୃତ ସରୋବର ଯୋଜନ ଆଦି ବିଷୟରେ ସମୀକ୍ଷା କରାଯାଇଥିଲା l

ଏହାସହିତ ବିଜୁ ପକ୍କା ଘର ଯୋଜନା ଅନ୍ତର୍ଗତ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯଥାଶୀଘ୍ର ଚୟନ କରି ସେମାନଙ୍କୁ ଅନୁଦାନ ପ୍ରଦାନ ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣର ସୁପରିଚାଳନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l

ଜିଲ୍ଲାରେ ଯେଉଁ ଅଙ୍ଗନବାଡି କେନ୍ଦ୍ର ଗୁଡିକର ସ୍ଥାୟୀ ଘର ନାହିଁ ସେମାଙ୍କୁ ଜାଗା ଯୋଗେଇଦେବାକୁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ କହିଛନ୍ତି l

ଏହା ସହିତ ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ଶୌଚାଳୟ, ରୋଷେଇ ଘର, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସରବରାହର ବ୍ୟବସ୍ଥା ନାହିଁ ତୁରନ୍ତ ସେଠାରେ ଏ ସବୁର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l

ଏହା ସହ ଅଙ୍ଗନବାଡି ରେ ଥିବା ଖାଲି ଜାଗା ମାନଙ୍କରେ ବୃକ୍ଷରୋପଣ କରିବା ପାଇଁ ସେ ଉପଦେଶ ଦେଇଛନ୍ତି l

ବୈଠକରେ ସମସ୍ତ ବିଡିଓ ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ପ୍ରୋଜେକ୍ଟ ର ଉନ୍ନତି ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ l

ଓଡିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର କାର୍ଯ୍ୟ ସମୀକ୍ଷା ସହିତ ଅଧିକରୁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି ତା ସହିତ କାହାର ବି ଜବ କାର୍ଡ ନକାଟିବା ଉପରେ ଗୁରୁତ୍ୱାରୋପ କରାଯାଇଛି l

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ସମସ୍ତଙ୍କୁ ସ୍ୱାଗତ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l

ଏହି ବୈଠକରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ(ପ୍ରଶାସନ), ଆର. ଡବ୍ଲୁ. ଏସ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୁରେନ୍ଦ୍ର କୁମାର ବେହେରା, ସମସ୍ତ ବି. ଡି.ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଏ. ପି. ଓ., ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.