Take a fresh look at your lifestyle.

ଢେଙ୍କାନାଳ ରେ ହେରାପଞ୍ଚମୀ ନିତି ପାଳିତ

0 2

Get real time updates directly on you device, subscribe now.

ଢେଙ୍କାନାଳ : ଆଜି ଢେଙ୍କାନାଳ ରେ ଗୁଣ୍ଡିଚା ମଣ୍ଡପ ଠାରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନିତି ପାଳିତ ହୋଇଯାଇଛି।

ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ବିମାନରେ ମହାଲକ୍ଷ୍ମୀଙ୍କୁ ଗୋପାଳ ମାନେ କାନ୍ଧେଇ ଛତା,ଛତ୍ରିଆ,ଘଣ୍ଟ କାହାଳି ବଜାଇ ଆଡ଼ପ ମଣ୍ଡପ କୁ ବିଜେ କରିଥିଲେ।

ମଙ୍ଗଳାର୍ପଣ ପୂଜା, ଆଳତି କଳିବହି ପଠନ ପରେ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇ ରଥଭାଙ୍ଗୀ ମହାଲକ୍ଷ୍ମୀ ମନ୍ଦିରକୁ ବାହୁଡ଼ି ଯାଇଥିଲେ।

ପୂଜକ ମଳୟ କର ପୂଜକ ମନସୁମନ ମିଶ୍ର ପୂଜକ ଶ୍ରୀବତ୍ସ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ହେରାପଞ୍ଚମୀ ନିତି ପାଳିତ ହୋଇଯାଇଛି

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.