Take a fresh look at your lifestyle.

ଗଁନ୍ଦିଆ ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଲେ ଧର୍ମେନ୍ଦ୍ର

0 2

Get real time updates directly on you device, subscribe now.

ଢେଙ୍କାନାଳ : ଆଜି ଦେଶରେ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବଢିଛି । ମୋଦିଙ୍କ ଶାସନରେ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଶାସନ ପ୍ରଣାଳୀର ମୂଳ ମନ୍ତ୍ର ହୋଇଛି ଏବଂ ଓଡ଼ିଶା ପୂର୍ବୋଦୟ, ଗରିବ କଲ୍ୟାଣ ଓ ଶାସନ ପ୍ରଣାଳୀର ପ୍ରୟୋଗଶାଳା ହୋଇଛି ।

ଗରିବ କଲ୍ୟାଣକାରୀ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ପ୍ରତି ପରିବାର ଲାଭବାନ ହୋଇଛନ୍ତି ବୋଲି ଗଁନ୍ଦିଆ ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇକେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ପ୍ରକାଶ କରିଛନ୍ତି ।

ଆଜି ଓଡ଼ିଶାରେ ମୋଦି ପଠାଉଥିବା ଟଙ୍କାକୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଲୁଟ କରୁଛନ୍ତି । ଦୀର୍ଘ ୨୩ ବର୍ଷର ଅବ୍ୟବସ୍ଥା ଶାସନ ଉପରେ ପ୍ରଶ୍ନ କଲେ ଶାସକ ଦଳର ସାମନ୍ତବାଦ ଲୋକମାନେ ଗାଳିମନ୍ଦ କରୁଛନ୍ତି ।

ମୋଦିଜୀଙ୍କ ମାର୍ଗଦର୍ଶନରେ ଅନୁଗୋଳ ଓ ଢେଙ୍କାନାଳରେ ବିକାଶ ହୋଇଛି କି ନାହିଁ, ତାହା ଲୋକ କହୁଛନ୍ତି ଏବଂ ଗଁନ୍ଦିଆର ଏହି ବିଶାଳ ଜନ ସମାବେଶ ତାହାର ବଡ ପ୍ରମାଣ ଦେଉଛି ବୋଲି କହିଥିଲେ ।

ଏଥିପାଇଁ ଶାସକ ଦଳର ସାର୍ଟିଫିକେଟ୍ ଦରକାର ନାହିଁ ବୋଲି କହିବ ସହିତ ମହିମା ମଠରେ ପାନୀୟ ଜଳର ସୁବିଧା କରିବା ପାଇଁ ଓଏନଜିସି ତରଫରୁ ପ୍ରାୟ ୧୬ କୋଟି ଟଙ୍କାର ବ୍ୟବସ୍ଥା କରାଯିବା ପରେ ମଧ୍ୟ ସେହି ପ୍ରକଳ୍ପକୁ ରାଜ୍ୟ ସରକାର ଭୁଲିଗଲେ ବୋଲି ଅଭିଯୋଗ କରିଥିଲେ ।

ମହିମା ମଠ ମୋ ପାଇଁ ରାଜନୈତିକ ରଣକ୍ଷେତ୍ର ନୁହେଁ । ଯେଉଁମାନେ ଭାବୁଥିବେ, ମୋଟା ଅଙ୍କର ଅର୍ଥ କିମ୍ବା ଅନୁଦାନ ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିନେବେ, ତେବେ ସେମାନେ ଭୁଲ୍ ଭାବୁଛନ୍ତି । ହୁଏତ ଏହି ଅଞ୍ଚଳର ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ଇତିହାସ ବିଷୟରେ ସେମାନେ ଅନଭିଜ୍ଞ ।

ଯେଉଁ ମହାଶୟ ଦୀର୍ଘ ୨୩ ବର୍ଷ ଶାସନରେ ରହିବା ପରେ ବି ମହିମା ଗୋସାଇଁଙ୍କ ପାଦଦେଶକୁ ଥରେ ସମର୍ପଣ ଦେବା ପାଇଁ ଆସିନାହାନ୍ତି ସେ ତାଙ୍କ ଗୁମାସ୍ତାଙ୍କୁ ଟଙ୍କା ଦେଇ ଆସିବା ପାଇଁ ପଠାଉଛନ୍ତି । ସେମାନେ ଜାଣି ରଖିବା ଉଚିତ୍ ଯେ ଏହି ମାଟିର ସ୍ୱାଭିମାନୀ ଜନତା ବଳିଦାନ ଦେଇଦେବ ପଛେ ମାତ୍ର ଦେଶ ମାତୃକାର ସ୍ୱାଭିମାନ ପାଇଁ କେବେ ବୁଝାମଣା କରିବ ନାହିଁ ।

ଆଜି ମହିମା ଗୋସାଇଁ ଓ ସନ୍ଥ କବି ଭୀମ ଭୋଇଙ୍କ ବାର୍ତ୍ତାକୁ ବିଶ୍ୱ ସ୍ତରରେ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ହୋଇଛି ।

ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ମହିମା ଗୋସାଇଁଙ୍କ ନାଁରେ ନାମିତ କରାଯାଇଛି ବୋଲି କହିଥିଲେ I ବିଜେପି ଜିଲ୍ଲା ସଭାପତି ନରେଶ ମହାପାତ୍ର ଙ୍କ ସଭାପତିତ୍ଵ ରେ ଅନୁଷ୍ଟିତ ସମାବେଶ ରେ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ସ୍ଵାଗତ ଭାଷଣ ଓ ରାମଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I

ଅନ୍ୟ ମାନକ ମଧ୍ୟ ରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ରୁଦ୍ର ନାରାୟଣ ପଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ,ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ,ଶତ୍ରୁଘ୍ନ ଜେନା , ପ୍ରେମାନନ୍ଦ ଜେନା , ସୁନୀଲ ଶର୍ମା ,ଢେଙ୍କାନାଳ ପୌରଅଧକ୍ଷ୍ୟା ଜୟନ୍ତୀ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.