Take a fresh look at your lifestyle.

ଧିରପାଟଣା ରଥଯାତ୍ରାରେ ଯୁବରାଜଙ୍କ ଆଳତି

0 1

Get real time updates directly on you device, subscribe now.

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଧିରପାଟଣା ଗ୍ରାମରେ ଚଳିତ ବର୍ଷ ରଥଯାତ୍ରାର ଦ୍ୱିତୀୟ ବାର୍ଷିକୀ ପାଳିତ ହୋଇଯାଇଛି ।

ଅପରାହ୍ନ ୫ଟା ରେ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଗୋଟି ପହଣ୍ଡୀରେ ଅଣାଯାଇ ରଥାରୁଢ କରାଯାଇଥିଲା । ରଥ ଉପରେ ଘୋଷକ, ଘଂଟୁଆ, ସେବାୟତ ଓ ସାରଥୀ ରହି ରଥ ସଂଚାଳନ କରୁଥିଲେ ।

ଗ୍ରାମର ଲଉଡି ଓ ଘୁମୁରା ନୃତ୍ୟ ଦଳ ରଥ ଆଗେ ଆଗେ ରହି ପ୍ରଭୁଙ୍କୁ ପାଛୋଟି ନେଉଥିଲେ । ଅପରାହ୍ନ ୬ଟାରେ ରଥ ଗୁଣ୍ଡିଚା ଘର ନିକଟରେ ଅଟକିଥିଲା ।

ଦୁଇଟି ଦଉଡି ବିଶିଷ୍ଟ ଏହି ଚାରିଚକିଆ ରଥ ଟାଣିବାକୁ ଗୋଟାଏ ପଟ ଦଉଡି କେବଳ ମହିଳାମାନେ ଓ ଅନ୍ୟପଟ ଟି କେବଳ ପୁରୁଷମାନେ ଟାଣୁଥିଲେ ।

ଗ୍ରୀଷ୍ମ ପ୍ରବାହ ହେତୁ ଭକ୍ତଙ୍କ ଉପରେ ସୁବାସିତ ଶୀତଳ ଜଳ ଛିଂଚା ଯାଉଥିଲା । ସଂଧ୍ୟା ସମୟରେ ଯୁବରାଜ ଅମରଜ୍ୟୋତି ସିଂହଦେଓ ରଥ ଉପରେ ଶ୍ରୀ ଜୀଉଙ୍କ ଠାରେ ରାଜ ଆରତ୍ରୀକ କରିଥିଲେ ।

ତାଙ୍କ ସହ ଜିଲ୍ଲା ଶ୍ରୀ ଜଗନ୍ନାଥ ସେବା ପରିଷଦର ସଭାପତି ପ୍ରଦୁ୍ୟମ୍ନ ରଥ, ରାଜ ପୁରୋଧା ଶିଶି ଶେଖର ମିଶ୍ର ଓ ପରିଷଦର ସଂପାଦକ ଅଶୋକ କୁମାର ନନ୍ଦ ଭାଗ ନେଇଥିଲେ ।

ଗ୍ରାମବାସୀଙ୍କ ପକ୍ଷରୁ ଅରୁଣ ସାହୁ ଯୁବରାଜ ଓ ଅତିଥିମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

ଗ୍ରାମ ମୁଖିଆ ରବିନାରାୟଣ ସାହୁ, ତ୍ରିଲୋଚନ ସାହୁ, ଇଂ. ଫକୀର ମୋହନ ସାହୁ ଓ ପୂର୍ବତନ ସରପଂଚ ଗଦାଧର ଜେନା ପ୍ରମୁଖଙ୍କ ତତ୍ୱାବଧାନରେ ଏହି ସୁନ୍ଦର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.