Take a fresh look at your lifestyle.

ରେଡକ୍ରସ ପକ୍ଷରୁ ରଥଯାତ୍ରା ସେବା ଶିବିର

0 1

Get real time updates directly on you device, subscribe now.

ଢେଙ୍କାନାଳ : ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଆହ୍ୱାନ କ୍ରମେ ଗୋପବନ୍ଧୁ ଟାଉନ୍ ହଲ୍ ନିକଟରେ ସ୍କାଉଟ୍ ଓ ଗାଇଡ୍ସ, ଜୁନିୟର ରେଡକ୍ରସ, ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେୟାର ଓ ଅହିଂସାର ମିଳିତ ସହଯୋଗରେ ରଥଯାତ୍ରା ସେବା ଶିବିରର ଆୟୋଜନ କରାଯାଇଥିଲା ।

ଉକ୍ତ ଶିବିରକୁ ଢେଙ୍କାନାଳ ଜିଲ୍ଲା ରେଡକ୍ରସ ଉପସଭାପତି ବିରଂଚି ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଶିବିରକୁ ଉଦ୍ଘାଟନ କରିଥିଲେ । ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ସ୍କାଉଟ୍ ଗାଇଡ୍ ଓ ଜୁନିଅର ରେଡ୍କ୍ରସ୍ର ସଂପାଦକ ଜ୍ୟୋତି ପ୍ରସାଦ ପରିଡାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।

ସମ୍ମାନିତ ଅତିଥି ଭାବରେ ପୂର୍ବତନ କମିଶନର ଶଶାଙ୍କ ଶେଖର ରଥ, ଗଗନ ବିହାରୀ ନାୟକ, ବର୍ତମାନର ସ୍କାଉଟ୍ କମିଶନର ଇତିଶ୍ କୁମାର ବରାଳ, ଗାଇଡ୍ କମିଶନର ପୁଷ୍ପାଞ୍ଜଳି ଦଳେଇ, ସଂଗଠନ କମିଶନର ବିଜୟ କୁମାର ନନ୍ଦ ଓ ସବିତା ସାହୁ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୬୦ରୁ ଉଦ୍ଧ୍ୱର୍ ସ୍କାଉଟ୍ ଗାଇଡ୍,ଜୁନିୟର ସ୍କାଉଟ୍ ମାଷ୍ଟର, ଗାଇଡ୍ କ୍ୟାପ୍ଟେନ୍ ଓ ଜେ.ଆର୍.ସି. କାଉନ୍ସିଲର ଯୋଗଦେଇ ଭକ୍ତମାନଙ୍କୁ ଦହିସରବତ ବଂଟନ କରିବା ସହିତ, ଗ୍ରୀଷ୍ମ ପ୍ରବାହର ଉପସମ ପାଇଁ ଜଳ ସଂଚନ କରୁଥିଲେ ।

ଏହି ଶିବିରରେ ଶୁଶିଲ୍ କୁମାର ପଣ୍ଡା, ପ୍ରକାଶ ବେହେରା, ଦୁଷ୍ମନ୍ତ ସେଠୀ, ପ୍ରଶାନ୍ତ ସାହୁ, ଗିରିଶ ରାଉତ, ହରପ୍ରିୟା ଦାସ, ସୌଦାମିନୀ ଦଳେଇ, ଚାରୁଲତା ଦଳେଇ, ମହେନ୍ଦ୍ର ସାହୁ, ପ୍ରତାପ ସାମନ୍ତ ଓ ସ୍ମୃତି ଜେନା ପ୍ରମୁଖ ସହଯୋଗ କରିଥିଲେ । ସ୍କାଉଟ୍ ଗାଇଡ୍ କମିଶନର ନରେଶ କୁମାର ମହାରଣା ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.