Take a fresh look at your lifestyle.

ଗୋଟିଏ ରଥରେ ଗଲେ ତିନି ଠାକୁର

0 1

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଠାରେ ରଥଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ରଥରେ ବଡ ଠାକୁର ଜଗନ୍ନାଥ, ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ର ଏକତ୍ର ଯାତ୍ରା କରିଛନ୍ତି ।

ବଣସିଂହର ଆରାଧ୍ୟ ଦେବତା ପ୍ରଭୁ ଦଧିବାମନଜୀଉଙ୍କ ମନ୍ଦିର ରୁ ତିନି ଠାକୁରଙ୍କୁ ଗୋଟି ପହଣ୍ଡି ରେ ରଥାରୁଢ କରାଯାଇଥିଲା । ଦଧିବାମଜୀଉଙ୍କ ସେବାୟତ ଅନ୍ତର୍ଯ୍ୟାମୀ ଶତପଥୀ ଛେରା ପହଁରା କରିଥିଲେ ।

ଅପରାହ୍ନ ଗୋଟାଏ ରେ ରଥ ଟଣା ଯାଇ ସାଢେ ୫ଟାରେ ମାଉସୀ ମାଙ୍କ ମନ୍ଦିରରେ ରଥ ପହଞ୍ଚିଥିଲା । ଏଥିରେ ବଣସିଂହ,ଶଙ୍କରପୁର ଗାଁର ମହିଳା ସଙ୍କିର୍ତ୍ତନ ମଣ୍ଡଳୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ରଥ ଟାଣିଟାଣି ନେଇଥିଲେ ।

ରାମ ମନ୍ଦିର ରେ ଥିବା ଏକ କୋଠରୀରେ ମାଉସୀ ମା’ଙ୍କ ଅସ୍ଥାୟୀ ମନ୍ଦିର କରାଯାଇ ୯ ଦିନ ପୁଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରାଯାଇଛି ।

ବଣସିଂହ ଚାରଣ ଗୋଷ୍ଠୀ ଏବଂ ଗ୍ରାମ ଯୁବଗୋଷ୍ଠୀଙ୍କ ସହଯୋଗରେ ରଥଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି । ଗ୍ରାମ କମିଟିର ସଭ୍ୟ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

୨୦୧୯ ମସିହାରେ ରମଣୀରନô ମହାରଣା ଏବଂ ଆଶୁତୋଷ ଶତପଥୀଙ୍କ ଉଦ୍ୟମରେ ରଥ ନିର୍ମାଣ କରାଯାଇ ପ୍ରଥମ ରଥଯାତ୍ରା ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.