Take a fresh look at your lifestyle.

ରଥଯାତ୍ରା ପ୍ରବଚକଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

0 2

Get real time updates directly on you device, subscribe now.

ଢେଙ୍କାନାଳ : ଦ୍ୱିଶତାଧିକ ବର୍ଷର ପ୍ରାଚୀନ ଢେଙ୍କାନାଳ ରଥଯାତ୍ରାରେ ରଥଗଡାସ୍ଥିତ ଅନୁଗୁଳ କେନ୍ଦ୍ର ସମବାୟ ବ୍ୟାଙ୍କ ଉପରେ ଚଳିତ ବର୍ଷର ପହଣ୍ଡି ବିଜେ ଧାରାବିବରଣୀ ଓ ଜଗନ୍ନାଥ ସଂସ୍କୃତି ପ୍ରବଚନ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ବିଭାଗ ଓ ଦେବୋତର ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଢେଙ୍କାନାଳ ଜିଲ୍ଲା ଶ୍ରୀଜଗନ୍ନାଥ ସେବା ପରିଷଦର ସଭାପତି ପ୍ରଦ୍ୟୁମ୍ନ ରଥ, ପ୍ରବଚକ ପଣ୍ଡିତ ପ୍ରତାପ କୁମାର ନନ୍ଦ, ପଣ୍ଡିତ ବିପିନି ବିହାରୀ ଶତପଥୀ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର, ଡ. ପ୍ରମୋଦ କୁମାର ନାୟକ ଓ କାଳନ୍ଦୀ ଚରଣ ମହାରଣା ପ୍ରମୁଖ ଯୋଗଦେଇ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟାଯାଏଁ ଧାରାବିବରଣୀ ପ୍ରଦାନ କରିଥିଲେ ।

ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ର ସ୍ୱାଇଁ କାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲାପାଳ ତଥା ଦେବୋତର ଟ୍ରଷ୍ଟି ସରୋଜ କୁମାର ସେଠୀ ଅପରାହ୍ନ ୩ଟା ରେ ମଂଚକୁ ଆସି ପ୍ରବଚକମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଜିଲ୍ଲା କଳା ସଂସ୍କୃତି ସଂଘର ଉପଦେଷ୍ଟା ପ୍ରଦୁ୍ୟମ୍ନ ରଥ ଜିଲ୍ଲାପାଳ ତଥା ଦେବୋତର ଟ୍ରଷ୍ଟି ସରୋଜ କୁମାର ସେଠୀ ଓ ଦେବୋତର ଅଧିକାରୀ ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.