Take a fresh look at your lifestyle.

ବିଶ୍ୱ ଓଡ଼ିଶା ରଜ ମହୋତ୍ସବ ପାଳିତ

0 2

Get real time updates directly on you device, subscribe now.

ଢେଙ୍କାନାଳ : ବିଶ୍ୱ ଓଡ଼ିଶା ମହିଳା ପରିଷଦ ଓ ଯୋରନ୍ଦା ପଞ୍ଚାୟତ ମହାସଂଘ ଆନୁକୂଲ୍ୟରେ ମହିମାଗାଦି ସାନ ମଠ ଆମ୍ବତୋଟା ପରିସରରେ ତିନିଦିନ ଧରି ରଜ ମହୋତ୍ସ୍ୱ ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଉଯାଇଛି ।

ବିଶିଷ୍ଟ ବାଗ୍ମୀ, ପ୍ରାଧ୍ୟାପିକା ଡ. ପ୍ରତିଭା ମହାରଥୀ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ସଂସ୍କୃତିର ଏହା ଏକ ମୌଳିକ ଗଣପର୍ବ ବୋଲି କହିଥିଲେ ।

ଏହି ପର୍ବ ମାଟି ଓ ମାତୃଜାତିର ମହତ୍ତ୍ୱ ପ୍ରତିପାଦିତ କରେ ବୋଲି ସେ କହିଥିଲେ । ଲୋକ ସେବାଭବନରେ କାର୍ଯ୍ୟରତ କୃଷିବିଭାଗର ବରିଷ୍ଠ ଅଧିକାରୀ ଅନନ୍ତ ସାହୁ, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଭାପତି ବସନ୍ତ କୁମାର ପଟ୍ଟନାୟକ , ବଡ଼ଜେନା ସାହିତ୍ୟ ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ, ସମ୍ପାଦକ ପ୍ରେମାନନ୍ଦ ରାଉତ, ବିଶ୍ୱ ଓଡ଼ିଶା ସାହିତ୍ୟ ପରିଷଦ ଜିଲ୍ଲା ସଭାପତି ପଣ୍ଡିତ ବିପିନ ବିହାରୀ ଶତପଥୀ ପ୍ରମୁଖ ଯୋଗଦେଇ ରଜ ପର୍ବ ଉପରେ ବକ୍ତବ୍ୟ ରଖିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଦିବସରେ ସଦର ବିଧାୟକ ସୁଧୀର କୁମାର ସାମଲଙ୍କ ପ୍ରତିନିଧି ନିରାକାର ରାଉତ, ସରପଞ୍ଚ ଆରତୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ଚିନରା, ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ସମାଜସେବୀ ଆଲୋକ ରଞ୍ଜନ ରାଉତ, ନେଉଳପୋଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ନ୍ୱ କିଶୋର ରାଉତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ସେହିପରି ଦ୍ୱିତୀୟ ଦିବସରେ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରୂପ ମଞ୍ଜରୀ ପଟ୍ଟନାୟକ, ଅବସର ପ୍ରାପ୍ତ ଶିକ୍ଷକ ସୁଧାଂଶୁ ଶେଖର ରାଉତ,ଶିକ୍ଷକ ତଥା ପାଲା ଗାୟକ ଅଭୟ କୁମାର ସାହୁ ,ଶିକ୍ଷୟିତ୍ରୀ ଅବନ୍ତି ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ ।

ଏହି ତିନିଦିନିଆ କାର୍ଯ୍ୟକ୍ରମରେ ପ୍ରତିଦିନ ମହିଳାଙ୍କ ଦ୍ୱାରା ରାଜପିଠା, ରଜପାନ, ରଜଗୀତ, ରଜବେଶ, ରଜଗୀତ, ରଜ ସାଧାରଣ ଜ୍ଞାନ ଆଦିର ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଥିବା ବେଳେ ଶେଷଦିନ ରଜ କବିତା ଆସର ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅନିମା ପରିଡ଼ା, ରୀନା ସେଠୀ, କାଦମ୍ବରୀ ମହାଖୁଡ଼ ସଂଯୋଜନା କରିଥିଲେ । କୃତକାର୍ଯ୍ୟ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଢେଙ୍କାନାଳ ଜିଲା ସ୍ତରରେ ଉଚ୍ଚ ମାଧ୍ୟମିକ ଯୁକ୍ତ ଦୁଇ କଳାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଦଧିସିଙ୍ଗାର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କୁ ସ୍ୱତନ୍ତ୍ର ସମ୍ମାନିତ କରାଯାଇଥିଲା ।

ପ୍ରାରମ୍ଭରେ ଶୁଭଲକ୍ଷ୍ମୀ ଜେନା, ଦିବ୍ୟଲକ୍ଷ୍ମୀ ଜେନା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

ବିଶ୍ୱ ଓଡ଼ିଶା ମହିଳା ପରିଷଦ ରାଜ୍ୟ ଆବାହିକା ରଶ୍ମିତା ରାଉତଙ୍କ ନେତୃତ୍ୱରେ ନର୍ମଦା ରାଉତ, ଚପଳା ବେହେରା, ଶଶୀରେଖା ରାଉତ, ମମତା ଦେବନାୟକ, ସସ୍ମିତା ନାଥ, ରୋଜି ବେହେରା, ଝିଲି ପରିଡ଼ା, ବନିତା ପରିଡ଼ା, ସିନି ପରିଡ଼ା, ରଶ୍ମିତା ସାମଲ, ଦୀପ୍ତିମୟୀ ପରିଡ଼ା, ସୁଚିତ୍ରା ସାହୁ, ଅଞ୍ଜଳି ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ କଣ୍ଠ ଶିଳ୍ପୀ ନିରୋଜ କୁମାର ସାମଲ, ଢେଙ୍କାନାଳ ଥିଙ୍କର୍ସ ଫୋରମର ସଭାପତି ସୋମେନ୍ଦୁ ଶତପଥୀ, ଉପଦେଷ୍ଟା ନିର୍ମଳା ମହାପାତ୍ର, ଲେଖିକା ସଂସଦ ଆବାହିକା ସୁକାନ୍ତି ସାହୁ, ସରୋଜ ମହାରଣା, ଭୁବନର ପ୍ରେମାନନ୍ଦ ପାଣିଗ୍ରାହୀ, ସମାଜସେବୀ ପ୍ରତାପ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.