Take a fresh look at your lifestyle.

ଘନ ଘନ ବିଦ୍ୟୁତ କାଟ୍ ପ୍ରତିବାଦ, ଟାଟା ପାୱାର ଡିଏମ୍‌ଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

0 8

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳରେ ଘନ ଘନ ବିଦ୍ୟୁତ କାଟ୍ ଓ ଲୋ-ଭୋଲଟେଜର ତୀବ୍ର ପ୍ରତିବାଦ କରିଛି ବିଜେପି । ବିଦ୍ୟୁତ ସେବାକୁ ଠିକା ନେଇଥିବା ଟାଟା ପାୱାରର ଜିଲ୍ଲା ପରିଚାଳକଙ୍କ କାର୍ଯ୍ୟାଳୟକୁ ବିଜେପି କର୍ମୀ ଘେରିଛନ୍ତି ।

କାର୍ଯ୍ୟାଳୟରୁ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଜବରଦସ୍ତ ବାହାରକୁ ବାହାର କରି ଅଫିସରେ ତାଲା ପକାଇ ଦେଇଛନ୍ତି ଉତ୍ତ୍ୟକ୍ତ ବିଜେପି କର୍ମୀ ।

କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତ୍ୟକ୍ତ ଲୋକେ ଧାରଣା ଦେଇଛନ୍ତି । ଯାହାକୁ ନେଇ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଖବର ପାଇ ଟାଉନ ଥାନା ଅଧିକାରୀ ପୋଲିସ ଫୋର୍ସ ସହିତ ଉତ୍ତ୍ୟକ୍ତ ବିଜେପି ନେତା ଓ କର୍ମୀମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।ଗୋଟିଏ ପଟରେ ପ୍ରଚଣ୍ଡ ଖରାରେ ଓ ଗରମ ଗୁଳୁଗୁଳି ସାଙ୍ଗକୁ ଏପଟେ ଘନଘନ ବିଦ୍ୟୁତ କାଟ୍ ଓ ଲୋ-ଭୋଲଟେଜ ଯୋଗୁଁ ଢେଙ୍କାନାଳବାସୀ ହନ୍ତହନ୍ତ ହେଉଛନ୍ତି ।

ଗଛ ହଲିଲେ ବିଦ୍ୟୁତ କାଟ୍‌ କରିଦେଇ ଆରାମରେ ବସି ପଡୁଛନ୍ତି ଟାଟା ପାୱାରର କର୍ମଚାରୀ । ଆଉ ଏପରି ମନମାନୀ ବିରୋଧରେ ଏହା ଏକ ପ୍ରତୀକ ଆନ୍ଦୋଳନ ଓ ପରେ ଆନ୍ଦୋଳନ ଭୟଙ୍କର କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା ।

ଏହି ଆନ୍ଦୋଳନରେ ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର, ଯୁବ ବିଜେପି ସଭାପତିଙ୍କ ସମେତ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଓ ବିଜେପି ନେତା ରାମଚନ୍ଦ୍ର ପାତ୍ର ପ୍ରମୁଖ ବିଜେପି କର୍ମୀମାନେ ସାମିଲ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.