Take a fresh look at your lifestyle.

ଢେଙ୍କାନାଳ ଆମ୍ବେଦକର ସେବା ସଂଗଠନ ତରଫରୁ ବୈଠକ

0 5

Get real time updates directly on you device, subscribe now.

ଢେଙ୍କାନାଳ : ଅଦ୍ୟ ପ୍ରଦୁ୍ୟମ୍ନ କୁମାର ଆହ୍ୱାନ କ୍ରମେ ଢେଙ୍କାନାଳସ୍ଥିତ ଟାଉନ୍ ହଲ୍ରେ ଏକ ଆମ୍ବେଦକର ସେବା ସଂଗଠନର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ କମଳ ଲୋଚନ ପାତ୍ର ସଭାପତିତ୍ୱ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ର ପ୍ରତିନିଧିମାନେ ଉପସ୍ଥିତ ହୋଇ ସମାଜର ବଂଚିତ ପିଡୀତ ବର୍ଗର ଲୋକଙ୍କ ଅଧିକାର ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାର ବିଭିନ୍ନ ଜାଗାରେ ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ବହୁବିଧ ଅନ୍ୟାୟ ଓ ଅତ୍ୟାଚାର ହେଉଥିବାବେଳେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏହାକୁ ଅଣଦେଖା କରୁଛନ୍ତି ।

ସ୍ୱାଧିନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଦେଶ “ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବାବେଳେ ଢେଙ୍କାନାଳରେ ଜାତିଆଣ ଭେଦଭାବ ଓ ଛୁଆଁ ଅଛୁଆଁକୁ ନେଇ ବହୁ ଘଟଣା ଘଟୁଛି । ଏଭଳି ସ୍ପର୍ଶକାତର ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା । ଭାରତୀୟ ସମ୍ବିଧାନର ଉଦେ୍ଦଶିକାକୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ ହେଉଛି । ଏଣୁ ଏ ସବୁର ପ୍ରତିକାର କରିବା ପାଇଁ ପ୍ରତିବାଦର ଆବଶ୍ୟକତା ଅଛି ।

ସେଥିପାଇଁ ଜିଲ୍ଲାସ୍ତରୀୟ ଏକ ସଂଗଠନର ଆବଶ୍ୟକ ମନେକରି ସର୍ବ ସମ୍ମତି କ୍ରମେ “”ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ” ନାମରେ ଏକ ସଂଗଠନ ଗଠନ କରାଗଲା ଓ ସର୍ବ ସମ୍ମତି କ୍ରମେ ଆଇନ୍ଜୀବୀ ପ୍ରଦୁ୍ୟମ୍ନ କୁମାର ନାଏକଙ୍କୁ ସଭାପତି, କୈଳାସ ଚନ୍ଦ୍ର ନାଏକ ଉପସଭାପତି, ଆଇନ୍ଜୀବୀ ଚିତ୍ରସେନ୍ ନାଏକ ସାଧାରଣ ସଂପାଦକ, ଲଙ୍କେଶ ନାଏକ, ସହ-ସମ୍ପାଦକ ଏବଂ ଆଶୁତୋଷ ନାଏକଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଗଲା । ଗଣେଶ୍ୱର ପ୍ରଧାନ, କାମାକ୍ଷା ପ୍ରସାଦ ନାଏକ, ଧୃବ ଚରଣ ବିଶ୍ୱାଳଙ୍କୁ ଉପଦେଷ୍ଟା ଭାବରେ ଚୟନ କରାଗଲା ।

ସମସ୍ତ ପଦାଧିକାରୀ ଡଃ. ବି.ଆର୍. ଆମ୍ବେଦକର ଓ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ଶପଥପାଠ ଗ୍ରହଣ କଲେ ଓ ସଂଘର ନିୟମାବଳୀ ଅନୁସାରେ କାର୍ଯ୍ୟରତ ହେବେ ବୋଲି ସମସ୍ତ ସଦସ୍ୟ ଓ ସମର୍ଥକମାନେ ସର୍ବ ସମ୍ମତି କ୍ରମେ ସ୍ୱୀକୃତି ପ୍ରଦାନ କଲେ । ପରିଶେଷରେ ସ୍ଥାୟୀ ସଭାପତି ପ୍ରଦୁ୍ୟମ୍ନ କୁମାର ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପ୍ତ କଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.