Take a fresh look at your lifestyle.

ସାଇ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ

0 2

Get real time updates directly on you device, subscribe now.

ଢେଙ୍କାନାଳ : ଆଜି ପବିତ୍ର ରଥ ଯାତ୍ରା ଅବସରରେ ଢ଼େଙ୍କାନାଳ ବଳରାମ ମନ୍ଦିର ପ୍ରାଙ୍ଗଣ ଭକ୍ତ ମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ଉଠୁଥିଲା ।

ଏହିଭଳି ଭାବ ବୋଳା ସୁନ୍ଦର ପରିବେଶ ଭିତରେ “ଶ୍ରୀ ସାଇ ଭଜନ ସନ୍ଧ୍ୟା’ ଅନୁଷ୍ଠାନ ର ସମସ୍ତ କଣ୍ଠଶିଳ୍ପୀ ମାନେ ସୁନ୍ଦର ଭଜନ ପରିବେଷଣ କରି ଭକ୍ତ ମାନଙ୍କୁ ନାଚ ଗୀତରେ ବୁଡ଼େଇ ରଖିଥିଲେ ।

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଦୀପ କୁମାର “ଝୁଲରେ ନିତାଇ ଝୁଲ୍’, ପଦ୍ମାବତୀ ସାହୁ ଙ୍କ “ଅନ୍ଧ ଡାକୁଅଛି କାଳିଆ କାଳିଆ’, ପ୍ରମୋଦ କୁମାର ମହପାତ୍ରଙ୍କ “ଭକ୍ତ ସାଲବେଗ’ , ଅନନ୍ୟା ପ୍ରିୟଦର୍ଶିନୀ ଓ ହରି ପ୍ରସାଦଙ୍କ ସୁମଧୁର ଗୀତ ପରିବେଷଣ ଭକ୍ତ ମାନଙ୍କୁ ମୁଗ୍ଧ କରିଥିଲା ।

ଏହି କାର୍ଯକ୍ରମ ସକାଳ ୮ ଟା ଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରଭୁଙ୍କ ପହଣ୍ଡି ସମୟରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ରହି ଠାକୁର ଙ୍କୁ ଦର୍ଶନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.