Take a fresh look at your lifestyle.

ଜୁନିଅର କିରୋଗୀ ଓ ପୁମସି ଖେଳାଳିଙ୍କ ଚିତାକର୍ଷକ ବିଜୟ

0 118

Get real time updates directly on you device, subscribe now.

କୋଣାର୍କ: ୩୦.୦୧.୨୦୨୩ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ, ଧନବାଦ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ମାସ ୨୭ ରୁ ୨୯ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ୩୯ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ ଓଡିଶା ଜୁନିଅର କିରୋଗୀ ଓ ପୁଂସି ଟିମ ପାଇଁ ୩୧ଜଣିଆ ବାଳକ ଓ ବାଳିକା ପ୍ରତିଯୋଗୀ ଉଭୟ ଇଭେଣ୍ଟ କିରୋଗୀ ଆଉ ପୁମସେରେ ଅଂଶଗ୍ରହଣ କରିଥିଲେ.କିରୋଗୀ ଇଭେଣ୍ଟରେବାଳକ ପ୍ରତିଯୋଗୀ ପିୟୁଷ ପ୍ରସାଦ ଷଡ଼ଙ୍ଗୀ ଓଭର ୭୮କେଜି ରେ କାଂଶ୍ୟ ପଦକ ଓ ବାଳିକା ପ୍ରତିଯୋଗୀ ସୁମନ ସୁଆର ସ୍ବର୍ଣ୍ଣ ପଦକ (୬୮କେଜିରୁ କମ)ରେ, ଅପୂର୍ବା ଆର୍ଯ୍ୟ ସ୍ବର୍ଣ୍ଣ ପଦକ (୬୮କେଜିରୁ ଉର୍ଦ୍ଧ୍ବ), ପ୍ରିୟଙ୍କା ବଡ଼ଜେନା କଂଶ୍ୟ ପଦକ(୫୨କେଜିରୁ କମ)ରେ, ସ୍ୱପ୍ନା ଭୋଇ କଂଶ୍ୟ ପଦକ (୬୩କେଜିରୁ କମ) ଜିତିଥିଲେ ।

ପୁମସି ଇଭେଣ୍ଟରେ ବ୍ୟକ୍ତିଗତ ବିଭାଗରେ ଜଗବନ୍ଧୁ ସାହୁ କଂଶ୍ୟ ପଦକ , ଅଙ୍କିତା ପାତ୍ର କଂସ୍ୟ ପଦକ ଏବଂ ଯୁଗ୍ମବିଭାଗରେ ସୋମ୍ୟ ପ୍ରତାପ ନାୟକ, ଅଙ୍କିତା ପାତ୍ର ଉଭୟ ରୌପ୍ୟ ପଦକ ପାଇଥିବା ବେଳେ ବାଳକ ବିଭାଗରେ ଜଗବନ୍ଧୁ ସାହୁ, ଚାରସନ ମହାପାତ୍ର, ବି.ଗୌରଭ ରୌପ୍ୟ ପଦକପାଇଥିଲେ ।

ସେହିପରି ବାଳିକା ବିଭାଗରେ ସୁନୟନା ମେହେର, ମନୀଷା ସାହୁ, ସୁଲଗ୍ନା ମିଶ୍ର ସ୍ବର୍ଣ୍ଣ ପଦକ ଜିତି ଥିଲେ ।କିରୋଗୀ ଇଭେଣ୍ଟରେ ଓଡିଶା ବାଳିକା ଦଳ ଉପବିଜେତା ଓ ପୁମସି ଇଭେଣ୍ଟରେ ଓଡିଶା ଟିମ ଉପବିଜେତା ହୋଇଛନ୍ତି । ଓଡ଼ିଆ ଇତିହାସରେ ଟାଏକୋଣ୍ଡୋ ଖେଳରେ ଏହା ପ୍ରଥମ ଯେ ଅଫିସିଆଲ ଟାଏକୋଣ୍ଡୋ ଇଭେଣ୍ଟରେ ଓଡିଶା ଜୁନିଅର ଟିମର ଚିତାକର୍ଷକ ପ୍ରଦର୍ଶନ କରିଥିଲେ ।

ଖେଳାଳିଙ୍କ ଏହି ପ୍ରଦର୍ଶନପାଇଁ ସେମାନଙ୍କ କୋଚ ଅମରେନ୍ଦ୍ର ପୃଷ୍ଟି କେ. ମନୋଜ ପ୍ରଧାନ, ଅଶୋକ ସେଠି, ମିଲୁ ମହାପାତ୍ର, ଆର୍ଯ୍ୟନ ଚୌଧୁରୀ, ରମାକାନ୍ତ ବେହେରା, ପ୍ରିତମ ଚନ୍ଦ୍ର ପ୍ରଧାନ, ଅମ୍ବିକା ପ୍ରସାଦ ଦାଶ,ମିଥୁନ କୁମାର ସାହୁ, ଅଞ୍ଜିତ କୁମାର ସାହୁଙ୍କ ଅକ୍ଲାନ୍ତ ଉଦ୍ୟମ ଓଡିଶାକୁ ଗର୍ବ ଆଉ ଗୌରବ ଆଣିଦେଇଛି ।

ଓଡିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କ ତରଫରୁ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ଦଶ ହଜାର ଟଙ୍କା, ରୌପ୍ୟ ପଦକ ବିଜେତାକୁ ସାତ ହଜାର ଟଙ୍କା ଓ କଂସ୍ୟ ପଦକ ବିଜେତାକୁ ପାଞ୍ଚ ହଜାରେ ଟଙ୍କା ଆର୍ଥିକ ପୁରସ୍କାର ଘୋଷଣା କରିଥିବାବେଳେ ରାଜ୍ୟ ପାଇଁ ଗୌରବ ଆଣିଦେଇଥିବାରୁ ସମସ୍ତେ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.