Take a fresh look at your lifestyle.

ଜିଲ୍ଲା ମୁଖ୍ୟ ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ

0 15

କୋଣାର୍କ :ପୁରୀ ବାଙ୍ଗୋର ସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଦେହ ଅସୁସ୍ଥ କାରଣରୁ କଏଦୀ ଜଣଙ୍କର ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ କଣାସ ଥାନା ଅନ୍ତର୍ଗତ ବଳାଜିତପୁରର ବିଶ୍ବନାଥ ବଳିୟାର ସିଂହ। ଖବର ଅନୁଯାୟୀ, ଗତ ୧୬ ଜୁଲାଇ ୨୦୨୨ରେ ଏକ ହତ୍ୟା ଘଟଣାରେ ବିଶ୍ଵନାଥଙ୍କ ସହ ୨୨ ଜଣ ଅଭିଯୁକ୍ତ ଜେଲ୍ ଯାଇଥିଲେ।

ଗତ କିଛି ଦିନ ହେବ ବିଶ୍ଵନାଥଙ୍କ ଶରୀର ଅସୁସ୍ଥ ଥିଲା । ସୋମବାର ଗୁରୁତର ଅବସ୍ଥାରେ ତାଙ୍କୁ ଜେଲ୍ କର୍ମଚାରୀ ମାନେ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଖବର ପାଇ ମୃତ କଏଦୀଙ୍କ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିବା ବେଳେ ପେଟ ଯନ୍ତ୍ରଣା ଯୋଗୁଁ ବିଶ୍ଵନାଥଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଝିଅ କହିଛନ୍ତି।

ତେବେ ଗାଁରେ ଗଛକଟା ଘଟଣାକୁ କେନ୍ଦ୍ରକରି ବିଶ୍ଵନାଥଙ୍କ ସହ ୨୨ ଜଣ ମିଶି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ପୁରୀ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଗତ ୬ ମାସ ହେବ ବିଶ୍ଵନାଥ ପେଟରେ ଯନ୍ତ୍ରଣା ପୀଡ଼ିତ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି।

- Advertisement -

Leave A Reply

Your email address will not be published.