Take a fresh look at your lifestyle.

ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

0 5

Get real time updates directly on you device, subscribe now.

କୋଣାର୍କ:୨୦୨୨-୨୬ ଶିକ୍ଷାବର୍ଷ ପାଇଁ ନୂତନ ଭାବେ ଆସିଥିବା ପ୍ରଥମ ବର୍ଷର କଳା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଏହି ସମ୍ବର୍ଦ୍ଧନା ଓ ସ୍ୱାଗତ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଶିଳ୍ପୀ ଚନ୍ଦ୍ରଶେଖର ମହାରଣl ଓ ଶିକ୍ଷାବିତ୍ ବିଜୟ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ସଭାପତି ଭକ୍ତଚରଣ ଦାସ ଉଦବୋଧନ ଦେଇଥିଲେ ।

ଅଧ୍ୟାପିକା ଅପରାଜିତା ମିଶ୍ର, କଳ୍ପନା ବେହେରା ଅଧ୍ୟାପକ ଜଗବନ୍ଧୁ ଦାଶ, ସୁଶାନ୍ତ ମେହେର, ଦିବ୍ୟଜ୍ୟୋତି ମହାନ୍ତି, ଭବାନୀଶଙ୍କର ତ୍ରିପାଠୀ ଉପସ୍ଥିତ ରହି ନୂତନ ଭାବେ ଆଶିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ପରିଶେଷରେ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାମାଧବ କର ଧନ୍ୟବାଦ ଜ୍ଞାପନ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.