Take a fresh look at your lifestyle.

ପଞ୍ଚାୟତରାଜ ପ୍ରତିନିଧି ଙ୍କ ତ୍ରି-ଦିବସିୟ ପ୍ରଶିକ୍ଷଣ

5-ଟି,ପଲିସଭା, ଗ୍ରାମସଭା, ପଞ୍ଚାୟତ ବୈଠକ, ୱାର୍ଡ ମେମ୍ବର ଙ୍କ ଭୂମିକା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ

0 41

Get real time updates directly on you device, subscribe now.

ପରଜଙ୍ଗ : ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ତାଲିମ ଅନୁଷ୍ଠାନ ରାଜ୍ୟ ଗ୍ରାମ୍ୟ ଉର୍ନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନ ସହାୟତା ରେ ସ୍ବେଛାସେବୀ ସଂଗଠନ ଇଡ଼ିଅଟ ପକ୍ଷ ରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର ପାଣିଗେଙ୍ଗୁଟିଆ ର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ଠାରେ ପଞ୍ଚଯାତରାଜ ପ୍ରତିନିଧି ଙ୍କ ତ୍ରି -ଦିବାସିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି |

ଶିବିର କୁ ରେନ୍ଥାପାଟ ପଂଚାୟତ ର ସରପଞ୍ଚ ପ୍ରଶାନ୍ତ କୁମାର ନାୟକ, ସାନ୍ଦା ପଂଚାୟତ ର ସରପଞ୍ଚ ଜୟନ୍ତୀ ଦାସ, ଓ କୁମୁସୀ ପଞ୍ଚାୟତ ର ସରପଞ୍ଚ ବଳରାମ ନାୟକ ଉଦଘାଟନ କରିଥିଲେ l

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ର ପ୍ରଶିକ୍ଷକ ଶିଶିର କୁମାର ଶତପଥୀ ଓ ସୁଶାନ୍ତ କୁମାର ପତି ଯୋଗ ଦେଇ ତାଲିମ ପ୍ରଦାନ କରି ଥିଲେ lଏହି ଶିବିର ରେ ରେନ୍ଥାପlଟ, ସାନ୍ଦା, ଓ କୁମୁଶୀ ପଞ୍ଚାୟତ ର 36 ଜଣ ୱାର୍ଡ ସଭ୍ୟ ସଭ୍ୟା ତାଲିମ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

ସେହିପରି ତା 19.01.2023 ରୁ 21.1.2023 ରିଖ ରେ ଚାନ୍ଦପୁର, ରୋଡ, ଆଖୁଆପାଳ, ପlଟରପଦା ପଂଚାୟତ ର 37 ଜଣ ୱାର୍ଡ ସଭ୍ୟ ସଭ୍ୟା ତାଲିମ ନେଇଥିଲେ l ଶିବିର ରେ ରୋଡ ପଂଚାୟତ ର ସରପଞ୍ଚ ବିଶ୍ୱଜିତ ନାୟକ, ଓ ପlଟରପଦା ର ସରପଞ୍ଚ ଜୋସନାମୟୀ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ସେହିପରି 23.01.2023 ରୁ 25.1.2023 ରିଖ ରେ ଲୋଧଣି, କନ୍ଦରସିଙ୍ଗା, ବସୋଇ ପଂଚାୟତ ର ୱାର୍ଡ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ l ତତସହିତ କନ୍ଦରସିଙ୍ଗା ର ସରପଞ୍ଚ ବିଜେନ୍ଦ୍ର କୁମାର ସାହୁ, ଓ ବସୋଇ ର ସରପଞ୍ଚ ଯୁଗଳେଶ୍ୱର ସାହୁ ମୁଖ୍ୟ ଅତିଥି ଭାବେ ଉଦଘାଟନୀ ଉତ୍ସବ ରେ ଯୋଗ ଦେଇଥିଲେ l

ରାଜ୍ୟ ଗ୍ରାମ୍ୟ ଉର୍ନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନର ପ୍ରଶିକ୍ଷକ ସରୋଜ ଶତପଥୀ ଓ ବିକ୍ରମlଦିତ୍ୟ ଜେନା ତାଲିମ ପ୍ରଦାନ କରିଥିଲେ l ଏହି ତିନି ଦିନିଆ କାର୍ଯ୍ୟକ୍ରମ ରେ ୱାର୍ଡ ମେମ୍ବର ମାନଙ୍କ ର ଭୂମିକା, ଦାୟିତ୍ୱ, କର୍ତ୍ତବ୍ୟ ଓ ବିଭିନ୍ନ ସରକାରୀ ଯୋଜନା ଗ୍ରାମୀଣ ବାସଗୃହ, ମହାତ୍ମା ଗାନ୍ଧୀ ନରେଗା, ମିଶନ ଶକ୍ତି, ଜାତୀୟ ସ୍ୱାସ୍ଥ୍ୟ ମିଶନ, ବସୁଧା ଯୋଜନା,5-ଟି,ପଲିସଭା, ଗ୍ରାମସଭା, ପଞ୍ଚାୟତ ବୈଠକ, ୱାର୍ଡ ମେମ୍ବର ଙ୍କ ଭୂମିକା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା l

ଶିବିରରେ ତୃତୀୟ ଦିନ ରେ ସରକାରଙ୍କ ଏକ ସଫଳ କାର୍ଯ୍ୟକ୍ରମ କୁ କ୍ଷେତ୍ର ପରିଦର୍ଶନ ପାଇଁ 5t ସ୍କୁଲ ପରିଦର୍ଶନ ହୋଇଥିଲା l କାର୍ଯ୍ୟକ୍ରମ ରେ ନୂତନ ଭାବେ ନିର୍ବାଚିତ ହୋଇଥିବା ପଂଚାୟତରାଜ ପ୍ରତିନିଧି ଙ୍କ ଜ୍ଞାନ କୌଶଳ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇଥିଲା l କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସହଯୋଗୀ ପ୍ରିୟଦର୍ଶିନୀ ପରିଡା, ଶୁଭଲକ୍ଷ୍ମୀ ସାହୁ, ପ୍ରିୟ ପ୍ରିତମ ପଣ୍ଡା ପରିଚାଳନା କରୁଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.