Take a fresh look at your lifestyle.

ଶିକ୍ଷୟିତ୍ରୀ କଳ୍ପନା ସାହୁଙ୍କ ପରଲୋକ

0 210

Get real time updates directly on you device, subscribe now.

କୋଣାର୍କ : ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ଅଧୀନ ଛଇତନା ହରିଶ୍ଚଚନ୍ଦ୍ର ସ୍ମୃତି ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ କଳ୍ପନା କୁମାରୀ ସାହୁ (୫୦)ଙ୍କ ପରଲୋକ ହୋଇଯାଇଛି। ପ୍ରାୟ ଦେଢ଼ବର୍ଷ ହେଲା ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ।

ସପ୍ତାହେ ହେଲା ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ରବିବାର ଭୋର ୫ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଛି। ପୁତୁରା ଦେବେନ୍ଦ୍ର ମୁଖାଗ୍ନି ଦେଇଥିଲେ।

ତାଙ୍କ ପରଲୋକଗତ ଖବର ପାଇ କୋଣାର୍କ ନାଟ୍ୟମଣ୍ଡପର ଯୁଗ୍ମ ସମ୍ପାଦକ ଗୁରୁପଦ ବଳିୟାର ସିଂ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେହିପରି ତାଙ୍କ ପରଲୋକରେ କୋଣାର୍କ ଏନଏସି ନଗରପାଳ ସଂଯୁକ୍ତା ଦାଶ, ବରିଷ୍ଠ ବିଜେଡି ନେତା ରାଜକିଶୋର ମହାପାତ୍ର, ଅର୍କଶ୍ରୀର ସମ୍ପାଦକ ଉମେଶ ସସ୍ବାଇଁ, ଶିକ୍ଷାବିତ୍‌ ରବୀନ୍ଦ୍ରନାଥ ବାହିନୀପତି, ସାମ୍ବାଦିକ ଅବନୀ ଭୂଷଣ ବାରିକ, ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଶିକ୍ଷକ ଦେବେନ୍ଦ୍ର ସ୍ବାଇଁ, ଶିବଦତ୍ତ ନାୟକଙ୍କ ସମେତ ଗୋପ ଓ କୋଣାର୍କ ଅଞ୍ଚଳର ବିଭିନ୍ନମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀ, କଟକ ରେବାଦେବୀ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ବନଲତା ଦେବୀ, କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଶୋକ ପ୍ରକାଶ କରିଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.