Take a fresh look at your lifestyle.

କୋଣାର୍କ ବରିଷ୍ଟ ନାଗରିକ ମହାମଞ୍ଚ ପକ୍ଷରୁ ମକର ମିଳନ

0 106

କୋଣାର୍କ : ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ କୋଣାର୍କ ନାଟ୍ୟ ମଣ୍ଡପ ପରିସରେ ମକର ମିଳନ ଉତ୍ସବ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ ନାଗରିକ ମହାମଞ୍ଚର ଆବାହକ ଉମେଶଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି ମକର ମିଳନ ଉତ୍ସବରେ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଏହି ଅବସରରେ ବରିଷ୍ଟ ନାଗରିକ ମହାମଞ୍ଚର ସଦସ୍ୟ ଗୋଟିପୁଅ ନୃତ୍ୟ ଗୁରୁ ଜୟକୃଷ୍ଣ ନାୟକ ଗତ ମାସରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବାରୁ ତାଙ୍କୁ ଉତୋରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ବରିଷ୍ଟ ନାଗରିକ ମହାମଞ୍ଚର ଆଗାମୀ କାର୍ଯ୍ୟଧାରାକୁ ସୁପରିଚାଳନା କରିବା ପାଇଁସର୍ବସନ୍ମତିକ୍ରମେ ସଭାପତି ଭାବେ ରାଜକିଶୋର ମହାପତ୍ର, ଉପସଭାପତି ଭାବେ ଉମେଶ୍ଚନ୍ଦ୍ର ସ୍ବାଇଁ, ସମ୍ପାଦକ ଭାବେ ବିଦ୍ୟାଧର ଜେନା, କାର୍ଯ୍ୟକାରି ସମ୍ପାଦକ ଭାବେ ଗନ୍ଧର୍ବ ସେନାପତି, କୋଷାଧ୍ୟକ୍ଷ ଭାବେ ରବିନ୍ଦ୍ରନାଥ ପରିଡା, ସହ କୋଷାଧ୍ୟକ୍ଷ ଭାବେ ଗୁଣମଣି ପ୍ରଧାନ ଚୟନ ହୋଇଥିବାବେଳେ ଶରତଚନ୍ଦ୍ର ବାରିକ ଓ ବୀପ୍ରବର ପାତ୍ରଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି ।

 ଏହି ମକର ମିଳନ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଅନେକ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ ।

- Advertisement -

Leave A Reply

Your email address will not be published.