Take a fresh look at your lifestyle.

ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ

0 64

Get real time updates directly on you device, subscribe now.

କୋଣାର୍କ: ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଛି ୯ବମ ଚନ୍ଦ୍ରଭାଗା କବିତା ଉତ୍ସବ। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ଇନିଷ୍ଟିଚ୍ୟୁଟ ଅଫ ନଲେଜ ସୋସାଇଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ କବି ଓ କବୟତ୍ରୀମାନେ ଯୋଗଦେଇଥିଲେ।

ଅତିଥି ଭାବେ ବିଶିଷ୍ଟ କବି ଓ ଲେଖକ ଜୟନ୍ତ ମହାପାତ୍ର, ଦେବୀ ପ୍ରସନ୍ନ ପଟ୍ଟନାୟକ, ଫରାସୀ କବି ଲାରା ଦୋଫ, ପ୍ରଭାସୀନ ମହାକୁଡ଼, ଅପର୍ଣ୍ଣା ମହାନ୍ତି ପ୍ରମୁଖ ଯୋଗଦେଇ ଭାରତରେ କବିତାର ସ୍ଥାନ ସ୍ଵତନ୍ତ୍ର ବୋଲି କହିଥିଲେ । ଏଥିରେ ଇଂରାଜୀ, ଓଡ଼ିଆ କବିତା, ଭାରତୀୟ କବିତା, ଆଦିବାସୀ କବିତା,ସମସାମୟିକ ଓଡ଼ିଆ କବିତା ଆଦି ସ୍ଥାନ ପାଇଥିଲା।

ପ୍ରଥମ ପର୍ଯ୍ୟାୟରେ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୃତୁଜୟ ସିଂଙ୍କ ଦ୍ରୈପଦୀ, ନବୀନ ଦାସଙ୍କ ଅନୀତା, ଅଶ୍ବିନୀ କୁମାରଙ୍କ ରିଭରସ ଗୋଇଙ୍ଗ ହୋମ, ଗୋପାଳ ଲାହରୀଙ୍କ କ୍ରସିଙ୍ଗ ଦ ସୋରଲାଇନ ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମକୁ ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ, ସବିତା ସିଂ ସଂଚାଳନ କରିଥିଲେ। ଆସନ୍ତାକାଲି (ରବିବାର) ଏହି ଉତ୍ସବ ଉଦଯାପିତ ହେବ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.