Take a fresh look at your lifestyle.

ଜିଲ୍ଲା ସ୍ତରୀୟ ଆର୍ଥିକ କାର୍ଯ୍ଯଶାଳା- 2023

0 13

ଢେଙ୍କାନାଳ :ଶିକ୍ଷା ବିକାଶ ସମିତି ଓଡିଶା ମଧ୍ଯ ସମ୍ଭାଗ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସ୍ତରୀୟ ଆର୍ଥିକ କାର୍ଯ୍ଯଶାଳା -2023′ ଚାଉଳିଆ ଖମାର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଠାରେ ଆୟୋଜିତ ହୋଇ ଯାଇଛି ।

ଏହି କାର୍ଯ୍ଯଶାଳାରେ ଢେଙ୍କାନାଳ ଜିଲ୍ଲାରେ ପରିଚାଳିତ ମୋଟ 39 ଟି ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର କାର୍ଯ୍ଯାଳୟ ପ୍ରମୁଖ, ପ୍ରଧାନ ଆଚାର୍ଯ୍ଯ, କୋଷାଧ୍ୟକ୍ଷ, ସମ୍ପାଦକ, ସଙ୍କୁଳ ପ୍ରମୁଖ, ସଙ୍କୁଳ ସଂଯୋଜକ ଏପରି ମୋଟ୍ 101 ଜଣ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ଯଶାଳାରେ ମଧ୍ୟ ସମ୍ଭାଗ ସମ୍ପାଦକ  ସନ୍ତୋଷ କୁମାର ପୃଷ୍ଟି,ଜିଲ୍ଲା ପ୍ରମୁଖ  ନିର୍ମଳ କୁମାର ସେନାପତି, ସହ ଜିଲ୍ଲା ପ୍ରମୁଖ  ମନମୋହନ ତ୍ରିପାଠୀ,ସଂକୁଳ ପ୍ରମୁଖ ବିଶ୍ବନାଥ ବେହେରା,ବିଭାଗ ନିରୀକ୍ଷକ  ସୁଶାନ୍ତ କୁମାର ପାଣିଗ୍ରାହୀ, ଅଡିଟର  ଶତ୍ରୁଘ୍ନ ନାୟକ ଅତିଥି ବକ୍ତା ତଥା ମାର୍ଗଦର୍ଶକ ଭାବେ ଯୋଗଦେଇ ବିଦ୍ୟାଳୟର ଆର୍ଥିକ ପରିଚାଳନାର ସମସ୍ତ ଦିଗଗୁଡ଼ିକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମଟି ଚାଉଳିଆ ଖମାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ  ପତିତପାବନ ରାଉତଙ୍କ ତତ୍ତ୍ଵାବଧାନରେ ତଥା କୋଷାଧ୍ୟକ୍ଷ ଶ୍ରବଣ ପ୍ରଧାନ, ପ୍ରଧାନ ଆଚାର୍ଯ୍ଯା  ରୁନୁକୁମାରୀ ନାୟକ ଓ ଅନ୍ଯ ଆଚାର୍ଯ୍ଯ ଆଚାଯ୍ୟ|ମାନଙ୍କ ଦ୍ବାରା  ପରିଚାଳିତ ହୋଇଥିଲା । 

- Advertisement -

Leave A Reply

Your email address will not be published.