Take a fresh look at your lifestyle.

ଚନ୍ଦାର ଗାଁରେ ଲକ୍ଷାଧିକଟଙ୍କାର କୋଇଲା ଠାବ

0 7

Get real time updates directly on you device, subscribe now.

କାମାକ୍ଷାନଗର( ରାଜ କିଶୋର ରାଉତ): ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱ ରେ ଚାଳିଶ ଟନ ରୁ ଉର୍ଦ୍ଧ ଚୋରା କୋଇଲା ପଡ଼ିରହିଛି ।

ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା  ଦେଖିବାକୁ  ପାଇଥିଲେ  . ଭୁବନ ଅଞ୍ଚଳ 10ଟି ସ୍ଥାନରେ ଚୋରା କୋଇଲା ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳିଛି I

ତାଳଚେର ଖଣି କାର୍ଯ୍ୟାଳୟ ଅଧୀନ ରେ ରହିଥିବା ଏହି  କୋଇଲା ଡିପୋ ଗୁଡିକୁ ସୁରକ୍ଷା ଯୋଗାଉଛି  କିଏ  ?ଢେଙ୍କାନାଳ ଜିଲ୍ଲାରେ କୋଇଲା ର  ବ୍ୟବସାୟ କିଭଳି ପୋଲିସ ଓ ଖଣି ବିଭାଗ  ଜ୍ଞାତସାରରେ ହୁଏ  ତାହା ସଦର ଥାନାଅଧିକାରୀ  ଅଭିନଵ ଡ଼ାଳୁଆଙ୍କ ଠାରୁ ପ୍ରମାଣିତ ।

ଜାତୀୟ ରାଜପଥ  53ର ମଠକରଗୋଳା ଆଦିପୁରା, ଶାମଳ  ଭୁବନର  ନୂଆଭୁବନ, ଭଦଳିଆପସି,  ନଟାକଟା , ଛାଟଖମ୍ବ , ଗମରଗୋଳ ଆଦିସ୍ଥାନ ରେ ଦୈନିକ ଏହି ଚୋରା କୋଇଲା ବାଲେଶ୍ୱର କଳିଙ୍ଗ ନଗର ଯାଉଥିବା ଟ୍ରକ ରୁ ଅନଲୋଡ଼ ହେଉଛି ।

ରାତାରାତି କୋଇଲାକୁ ବିଭିନ୍ନ ସ୍ଥାନ କୁ ଟ୍ରକ ଟ୍ରାକ୍ଟର ଯୋଗେ ପଠାଯାଉଛି . ଆଜି ଚନ୍ଦାର ଠାରେ  ଠାବ କରାଯାଇଥିବା  କୋଇଲା ର ଟ୍ରକ କାଦୁଆ ମାଟିରେ ପଶି ଯିବାରୁ  ଟ୍ରକ ଆଗକୁ ଯାଇପାରିନଥିଲା I

ତେବେ ରାତାରାତି କୋଇଲା କୁ ଅନଲୋଡ କରାଯାଇ ଟ୍ରକ କୁ ଲୁଚାଇ ରଖାଯାଇଥିବାରୁ କୋଇଲା ର  ମାଲିକାନା ନେଇ ସନ୍ଦେହ ପ୍ରକାଶ ପାଇଛି . ଭୁବନ ପୋଲିସ  କୋଇଲା କୁ ଜବତ କରି ଖଣି ବିଭାଗ କୁ ସୁଚନା ପ୍ରଦାନ କରାଯାଇଛି I

ଏ ସଂପର୍କରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିରବ ରହିଥିବା ବେଳେ ଦେଖାଯାଉ ଜିଲ୍ଲା ପ୍ରଶାସନ ଶିତତାପ ନିୟନ୍ତ୍ରଣଯନ୍ତ୍ର ତଳେ ନିଘୋଡ ନିଦରୁ କେବେ ଉଠୁଛି । ଖଣିମନ୍ତ୍ରୀଙ୍କ ଅଞ୍ଚଳ ରେ ଖଣିଜଦ୍ରବ୍ୟର  ଚୋରା କାରବାର  ମନ୍ତ୍ରୀଙ୍କ  ସ୍ୱଛତା ପ୍ରତି ଆଙ୍ଗୁଠୀ ଦେଖାଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.